ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଗାନ୍ଧିଜୀଙ୍କର ସହୀଦ ଦିବସ ପାଳିତ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ୱବଧାନରେ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମର କଳାରୁଦ୍ର ଯୁବକ ସଂଘ କୁସୁର୍ଲା (ହଜାରୀପଡା) ପକ୍ଷରୁ ମହାତ୍ମାଗାନ୍ଧୀ ଙ୍କର ୭୫ତମ ସହୀଦ ଦିବସ ପାଳନ ହୋଇଯାଇଛି l ସହୀଦ ଦିବସ ଅବସରରେ ମହାତ୍ମାଗାନ୍ଧୀଜୀ ଙ୍କର ପ୍ରତିଛବିରେ ଫୁଲମାଳ ଦେବା ସହ ଦୀପ ପ୍ରଜ୍ଜଳନ କରି ପୂଜା ଅର୍ଚ୍ଚନା କରିଥିଲେ l ଗାନ୍ଧିଜୀଙ୍କର ବିଷୟରେ ସଙ୍ଗୀତ ଗାନ କରି ଏକ ମିନିଟ ନିରବ ପ୍ରାର୍ଥନା କରିବା ସହ କେଣ୍ଡେଲ ଧରି ଗାନ୍ଧିଜୀଙ୍କ ନାମରେ ନାରାବାଜି କରି ପଦଯାତ୍ରା କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ରାମଜୀ କମିଟିର ସଭାପତି ଶ୍ୟାମ ରାଜ ସାହୁ, ଗାଁ (ଗଉଁତିଆ ) କୈଳାଶ ସାହୁ, କଳାରୁଦ୍ର ଯୁବକ ସଂଘ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ସୋମନାଥ ସାହୁ, ସମାଜ ସେବୀ ରୋମାଞ୍ଚଳ ସାହୁ, ମନୋହର ସାହୁ, ଈଶ୍ୱର ସାହୁ, ଡୋଲମଣୀ ସାହୁ, ତ୍ରିଲୋଚନ ସାହୁ, ନୀଳକଣ୍ଠେଶ୍ଵର ସାହୁ, ହେମନ୍ତ ସାହୁ, ହରପ୍ରସାଦ ସାହୁ, ଶିବ ସାହୁ, ବିକାଶ ସାହୁ, ଆଦିତ୍ୟ ସାହୁ ପ୍ରମୁଖ ଯୋଗ ଦେଇଥିବା ବେଳେ ଦୁର୍ଗାବାହିନୀ ଭଉଣୀ ମାନଙ୍କର ମଧ୍ୟରୁ ଉମାକାନ୍ତି ସାହୁ, ରେଖାଞ୍ଜଳି ସାହୁ, କଲ୍ୟାଣୀ ସାହୁ, ରିତା ସାହୁ, ଚନ୍ଦ୍ରକାନ୍ତି ସାହୁ, ପାର୍ବତୀ ସାହୁ, କଶ୍ମୀର, ଝିଲି ପ୍ରମୁଖ ସହଯୋଗ କରିଥିଲେ l ଶେଷରେ ସ୍ୱେଚ୍ଛାସେବୀ ସନତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଓଡିଆ ସାହିତ୍ୟ ସଂସ୍କୃତି ସମ୍ପର୍କିତ ଆଲୋଚନା ଚକ୍ର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଅନୁଷ୍ଠିତ 

masiha

ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁ ସୂଦନ ଜୟନ୍ତୀ ପାଳନ

masiha

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!