ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେସିଙ୍ଗା ରେ ଦିବଂଗତ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ବିୟୋଗରେ ଶୋକସଭା

ଭବାନୀପାଟଣା,୩୧/୧:କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଦିବଂଗତ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ବିୟୋଗରେ ସ୍ଥାନୀୟ ଏନ ଏ ସି ସଦଭାବନା ଗୃହ ଠାରେ ସହର ସଭାପତି ରମେଶ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଏକ ଶୋକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏନ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ, ରାଜ୍ୟ ପରିଷଦ ସଭ୍ୟ ଭବାନୀ ନିଆଲ, ଜିଲ୍ଲା ସମ୍ପାଦକ ସୁରେଶ ମହାନନ୍ଦ,ପୂର୍ବତନ ଏନ ଏ ସି ଅଧ୍ୟକ୍ଷ ରାମଜି ମାତଖଣ୍ଡିଆ,ଗୀତାଞ୍ଜଳି ବରିହା,ଓକିଲ ସଂଘ ସଭାପତି ପ୍ରକାଶ ଦାସ, ଉତ୍ତର ମହଲା, ଦୟାନିଧି ସୁନାନୀ, ନଳୀନ ପଟ୍ଟନାୟକ,ଉପେନ୍ଦ୍ର ଘିଭେଲା, ରମାକାନ୍ତ ଜେନା, ପ୍ରକାଶ ବନଛୋର, ନରସିଂହ ନିଆଲ, ମଞ୍ଜୁ ମାଝୀ, ଶ୍ରୀନିବାସ ନାଇଡୁ, ନେହେରୁ ସୁନାନୀ ପ୍ରମୁଖ ଙ୍କ ସହ ଶତାଧିକ କର୍ମୀ ଓ ସ୍ଥାନୀୟ ନେତୃ ମଣ୍ଡଳୀ ଏହି ଶୋକ ସଭା ରେ ସାମିଲ ହୋଇ ଗଭୀର ଶୋକ ପ୍ରକାଶ କରିଥିଲେ। କେବଳ ବିଜେଡି ଦଳ କୁ ନୁହେଁ ଆମେ ଏକ ପ୍ରତିଭା ଶାଳୀ ନେତୃତ୍ୱକୁ ହରାଇଛୁ ଏହା ପଶ୍ଚିମ ଓଡିଶା ର ନୁହେଁ ଏହା ଓଡ଼ିଶା ପାଇଁ ଅପୁରଣୀୟ କ୍ଷତି ବୋଲି ବକ୍ତା ମାନେ ତାଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ବିଜେଡିର ରାଲି ସହ ଦାବିପତ୍ର ପ୍ରଦାନ

Sunil Chandra Nayak

ରୂପ୍ରା ରୋଡ ରେ ବିଜେଡ଼ିର ୨୮ତମ ପ୍ରତିଷ୍ଠା ଦିବସପାଇଁ ପ୍ରସ୍ତୁତି ବୈଠକ

masiha

ପରସ୍ପର ଖୁଆଖୁଇ ହେଲେ ମିଠା, ମନରୁ ଓ ପାଟିରୁ ସ୍ବାଦ ହଟିଲା ଖଟା। ନିର୍ବାଚନ ମଣ୍ଡଳୀକୁଏଣ୍ଟ୍ରି କରିଵେ ଅଂଶୁମାନ,ସ୍ବାଗତ ଅପେକ୍ଷାରେ ବିକାଶ ପୁରୁଷ ଧୃଵ

masiha

Leave a Comment

error: Content is protected !!