ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଧନା ସଭା

ବାଲିଆପାଳ – 04/02 – ବାଲିଆପାଳ ବ୍ଲକ କୁଣ୍ତୁଳୀ ପଞ୍ଚାୟତ ଅନ୍ତର୍ଗତ କୁଣ୍ତୁଳିଚକ ସ୍ଥିତ ନବଜ୍ଯୋତି ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ରେ କାର୍ଯ୍ଯରତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ରାଉତ ଙ୍କ ଅବସରକାଳୀନ ସମ୍ବର୍ଧନା ସଭା ଅନୁଷ୍ଠିତ ହୋଇଯାଇଛି , ସି ଆର ସି ସି ଯୁଧିଷ୍ଟିର ପଟ୍ଟାୟତ ଙ୍କ ସଭାପତିତ୍ବ ରେ ଅନୁଷ୍ଠତ ଏହି ସଭାରେ ବାଲିଆପାଳ ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ ସୁଧାଂଶୁ ଶେଖର ଜେନା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବାଲିଆପାଳ ଶିକ୍ଷକ ସମନ୍ବୟ ସମିତି ର ସଭାପତି ମନ୍ମଥ କୁମାର ବିଶ୍ବାଳ ମୁଖ୍ଯ ବକ୍ତା ଭାବରେ ଯୋଗଦେଇ ଶ୍ରୀ ରାଉତ ଜଣେ ଅତ୍ଯନ୍ତ ଛାତ୍ର ବତ୍ସଳ ଏବଂ କର୍ତ୍ତବ୍ଯନିଷ୍ଠ ଶିକ୍ଷକ ଥିଲେ, ବିଦ୍ଯାଳୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ବୋଲି ମତବ୍ଯକ୍ତ କରିଥିଲେ , ସମ୍ମାନିତ ଅତିଥି ଭାବରେ ଶିକ୍ଷକ ସମନ୍ବୟ ସମିତି ର ସମ୍ପାଦକ ଆଦିତ୍ଯ କୁମାର ରାଉତ , ସହ ସମ୍ପାଦକ ପଞ୍ଚାନନ ପ୍ରମାଣିକ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବନମାଳୀ ସାହୁ , ରତ୍ନାକର ଦାସ , ପୂର୍ବତନ ସି ଆର ସି ସି ବଂଶୀଧର ପ୍ରଧାନ ଯୋଗଦେଇ ଶ୍ରୀ ରାଉତ ଙ୍କ ଉଦ୍ଯେଶରେ ବକ୍ତବ୍ଯ ପ୍ରଦାନ କରିଥିଲେ , ଶିକ୍ଷକ ଲକ୍ଷ୍ମୀକାନ୍ତ ସାହୁ ବିବରଣୀ ପଠନ କରିଥିବା ବେଳେ ଶିକ୍ଷକ ସୁଶାନ୍ତ କୁମାର ସାହୁ ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ , ଶେଷରେ ଶିକ୍ଷକ ଅସିତ ଜେନା ଧନ୍ଯବାଦ ଅର୍ପଣ କରିଥିଲେ , ବିଦ୍ଯାଳୟ ର ଶିକ୍ଷକ ନରୋତ୍ତମ ସାମନ୍ତ , ହେମନ୍ତ କୁମାର ମଣ୍ତଳ , କୃଷ୍ନାରାଣୀ ମଲ୍ଲୀକ ଙ୍କ ସମେତ ବିଦ୍ଯାଳୟ ର ପୂରାତନ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ମାନେ କାର୍ଯ୍ଯକ୍ରମ କୁ ପରିଚାଳନା କରିଥିଲେ ।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ବିଚାରାଧୀନ କୟଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲରେ ମୃତ

Sunil Chandra Nayak

ବାମନଘାଟୀ ଟ୍ରକ ମାଲିକ ସଂଘର ବୈଠକ

Sunil Chandra Nayak

କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ। ଭୂତକୋଠି ପାଲଟିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!