ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା

ଡାବୁଗାଁ, ୭/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜୁନାପାଣି ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ନେଇ ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଏକ ଶୋଭାଯାତ୍ରାରେ ବାହାରି ତମାଖୁ ମୁକ୍ତ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ | ପରେ ବିଦ୍ୟାଳୟରେ ସଭା କରଯାଇଥିଲା | ଏଥିରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆଞ୍ଚଳିକ ପରାମର୍ଶଦାତା ସୁଶୀଲ ମନୋଜ କର୍କରା ଯୋଗ ଦେଇ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଉପରେ କହିବା ସହ ତମାଖୁ ୨ ପ୍ରକାର ଯଥା:- ଧୂମକାରୀ ତମାଖୁ ଓ ଧୂମହୀନ ତମାଖୁ, ତମାଖୁର କ୍ଷତିକାର ଉପାଦାନ, ତମାଖୁ ସେବନର କୁ ପ୍ରଭାବ ଓ ୨୦୦୩ କୋଟପା ଅଧିନିୟମ ଉପରେ ବୁଝାଇଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ସ୍ୱାସ୍ଥ୍ୟ ଆମ୍ବାସଡର ପ୍ରଧାନ ଶିକ୍ଷକ ଚନ୍ଦ୍ର ମୋହନ ବାଘ ଓ ବିଶ୍ଵେଶ କୁମାର ତ୍ରିପାଠୀ, ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବ୍ରାହ୍ମଣ ଛେଣ୍ଡିଆ ହାଇସ୍କୁଲ ଠାରେ ଆଇନ ସଚେତନତା ଶିବିର

masiha

ବିଜେପି ପକ୍ଷରୁ ବିଶ୍ୱନାଥପୁରଠାରେ ସ୍ବେଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଅସହାୟ ପରିବାରକୁ ସାହାର୍ଯ୍ୟର ହାତ ବଢ଼େଇଲେ ଯୁବଶକ୍ତିର ଅଧ୍ୟକ୍ଷ ହିମାଂଶୁ ଭୂଷଣ 

Sunil Chandra Nayak

Leave a Comment

error: Content is protected !!