ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ସୁରକ୍ଷା ପାଇଁଁ ସଚେତନତା ସଭା

ଉତ୍କେଲା,୧୪/୦୧,:କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ନୁନମାଠ ଓ ବିଜଖମନ ବନ ସୁରକ୍ଷା ସମିତି ରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ କେସିଙ୍ଗା ବନାଞ୍ଚଳରେ କଶୃପଡ଼ା ସେକ୍ସନ ବନପାଳ ଶ୍ରୀଯୁକ୍ତ ବିଶିକେଶନ କରୁଆଁ ଙ୍କ ଆହ୍ବାନ କ୍ରମେ ଜଙ୍ଗଲକୁ ନିଆଁ ଦାଉ ରୁ ରକ୍ଷା କରିବାପାଇଁ ସଚେତନ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ସମିତି ସଭାପତି ମାନେ ପୃଥକ୍ ଭାବରେ ସଭାପତିତ୍ବ କରିଥିଲେ ତଥା ବନ ବିଭାଗ କାଶୃପଡ଼ା ସେକ୍ସନର ବନରକ୍ଷୀ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସାହୁ ଏବଂ ଶ୍ରୀଯୁକ୍ତ ତନୁ ଶବର ଓ ମିଶନ ଶକ୍ତି ବ୍ଲକ ସଂଯୋଜିକା ଶ୍ରୀମତୀ ସବିତା ସେଠୀ ତଥା ସମିତି ର ସ୍ଵଂୟ ସହାୟକ ଗୋଷ୍ଠୀ ର ସଭ୍ୟା ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ତଥା ପିଏନ୍ଜିଓ କର୍ମକର୍ତ୍ତା ଆମ ଜଙ୍ଗଲ ଯୋଜନା ଦଳପତି ଶ୍ରୀଯୁକ୍ତ ହେମନ୍ତ କୁମାର ସାହୁ ସଭା ପରିଚାଳନା କରିଥିଲେ ଏବଂ ବିକାଶ ଅଧିକାରୀ ଶ୍ରୀଯୁକ୍ତ ଧିରୋଜ କୁମାର ଦାଶ ଓ ଶ୍ରୀଯୁକ୍ତ ଇନ୍ଦ୍ରମଣି ମାଝୀ ଉଭୟ କାର୍ଯ୍ୟକ୍ରମ ରେ ଧନ୍ୟବାଦ୍ ଦେଇଥିଲେ । ବନ ବିଭାଗ ର ଏହି ମହତ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଆଗାମୀ ଜୀବନରେ ବନ ବିଭାଗକୁ ସହଯୋଗ କରିବା ପାଇଁ ସଂକଳ୍ପ ନେଇଥିଲେ ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ବିଷମକଟକ ଭାଜପା ମଣ୍ଡଳୀର ପୂର୍ତ୍ତ ବିଭାଗକୁ ଦାବିପତ୍ର ପ୍ରଦାନ , ବ୍ୟକ୍ତିଗତ ସ୍ୱାର୍ଥ ବଦଳରେ ଜନତାଙ୍କ ହିତ ପାଇଁ କାମ କରିବାକୁ ଯନ୍ତ୍ରୀଙ୍କୁ ତାଗିଦ

Sunil Chandra Nayak

ଦେଶର ସାମ୍ବିଧାନିକ ଅଧିକାରକୁ ହାସଲ କରିବା ପାଇଁ ରାଜ୍ୟର ସମସ୍ତ ଅଞ୍ଚଳରେ ଜନମତ ସୃଷ୍ଟି କରାଯିବ ,ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା

masiha

ଟିବି – ଏଚ ଆଇ ଭି ସଂଯୁକ୍ତ ରୋଗୀଙ୍କୁ ନିକ୍ଷୟ ମିତ୍ର ଭାବରେ କେ ଏନ୍ ପି ପ୍ଲସ ପକ୍ଷରୁ ପୋଷଣ ସାହାଯ୍ୟ

Sunil Chandra Nayak

Leave a Comment

error: Content is protected !!