ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱଚ୍ଛାସେବୀ ଅନୁଷ୍ଠାନ “ଟିମ୍ ୪୯୯ ଓଡ଼ିଶା” ର ତୃତୀୟ ଜନ୍ମ ବାର୍ଷିକ ନିଆରା ଢଙ୍ଗରେ ପାଳିତ

 ବ୍ୟୁରୋ ରିପୋର୍ଟ   :- ନିଆରା ଢଙ୍ଗରେ ସଙ୍ଗଠନର ଜନ୍ମ ବାର୍ଷିକ ପାଳନ କରିଲେ ସାମାଜିକ କର୍ମୀ । ସାରା ଓଡ଼ିଶାକୁ ନେଇ ଗଠିତ ହୋଇଥିବା ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳର ନିସ୍ୱାର୍ଥପର ଭାବେ ସମାଜ ସେବା କ୍ଷେତ୍ରରେ ଆଗେଇ ଆସୁଥିବା ଅଗ୍ରଣୀ ସ୍ୱଚ୍ଛାସେବୀ ଅନୁଷ୍ଠାନ “ଟିମ୍ ୪୯୯ ଓଡ଼ିଶା” ର ତୃତୀୟ ଜନ୍ମ ବାର୍ଷିକ ଅବସରରେ ସଙ୍ଗଠନ ର ସଦସ୍ୟ ଦିଲ୍ଲୀପ କୁମାର ସ୍ବାଇଁ, ନାରାୟଣ ସାହୁଙ୍କ ମିଳିତ ସହଯୋଗ ରେ ଆଜି ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁଙ୍କ ନେତୃତ୍ୱରେ ବାଲୁଗାଁ ଚିଲିକା କୂଳରେ ଅବସ୍ଥିତ ବୃଦ୍ଧା ଆଶ୍ରମରେ କିଛି ଶୁଖିଲା ଖାଦ୍ୟ ସହିତ ଫଳ ବଣ୍ଟନ କରାଯାଇ ଥିଲା। ସଙ୍ଗଠନର ସମସ୍ତ ସଦସ୍ୟ ବୃଦ୍ଧା ଆଶ୍ରମରେ ପହଞ୍ଚି ପ୍ରଥମେ ସମସ୍ତ ବୃଦ୍ଧ ବୃଦ୍ଧା ମାନଙ୍କର ଆଶ୍ରୀବାଦ ନେଇଥିଲେ ଓ ସମସ୍ତଙ୍କ ସୁଖ ଦୁଃଖ ପଚାରି ବୁଝିବା ସହ ସେମାନଙ୍କ ହାତକୁ କିଛି ଶୁଖିଲା ଖାଦ୍ୟ ସହିତ ଫଳ ତାଙ୍କ ହାତକୁ ପ୍ରଦାନ କରିଥିଲେ। ଆପଣ ମାନଙ୍କ ଆଶ୍ରୀବାଦ ସଦା ସର୍ବଦା ଆମ ପାଖରେ ଥାଉ ଆଗାମୀ ଦିନରେ ଆହୁରି ଆପଣ ମାନଙ୍କୁ ସହଯୋଗ କରିବୁ ବୋଲି ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ କହିଥିଲେ। ଏଥିରେ ସଙ୍ଗଠନର ସଦସ୍ୟ ବଇକୁଣ୍ଠ ପ୍ରଧାନ, ସନ୍ଧ୍ୟା ରାଣୀ ବେହେରା, ଅଶୁଂରାଣୀ ମହାପାତ୍ର, ମୋନାଲିସା ରାଉତ, ଶିବାନୀ ମହାରଣା ଙ୍କ ସମେତ ବାଲୁଗାଁ କଲେଜର କିଛି ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।।

 

Related posts

କିନ୍ନର ମାନଙ୍କୁ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଲା

masiha

ଆରସିଡ଼ି ହାଇସ୍କୁଲ ୧୯୮୫ ର ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁମିଳନ

Sunil Chandra Nayak

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ ଗୃହରେ ୧୧୦ ଜଣ ଜନଜାତି ଉତ୍ସାହୀ ଯୁବ ଉଦ୍ୟୋଗୀମାନଙ୍କୁ ବିଧାୟକଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ଜନଜାତି ଜିବୀକା ମିଶନ୍ ଯୋଜନାରେ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ 

masiha

Leave a Comment

error: Content is protected !!