ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲା ବିଜେଡି ସଭାପତି ଓ ପ୍ରତିନିଧି ଦଳ

କୋକସରା,୨୭/୦୨ କଳାହାଣ୍ଡି ଜିଲ୍ଲାର ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଯୋଡୁଥିବା ବିଜୁ ଏକ୍ସପ୍ରେସ ୱେ କୁ ଆସନ୍ତା ମାର୍ଚ୍ଚ ୫ ତାରିଖରେ ଉଦଘାଟନ କରିବେ । କଳାହାଣ୍ଡି ଗସ୍ତ କରି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଦକ୍ଷିଣରୁ ପଶ୍ଚିମ ଓଡିଶାକୁ ସଂଯୋଗ ପାଇଁ ନିର୍ମାଣ ହୋଇଥିବା ବିଜୁ ଏକ୍ସପ୍ରେସ ୱେ, ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରା ସମେତ ବିଭିନ୍ନ ପ୍ରକଳ୍ପର ଶୁଭ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତୁହା କୁ ତୁହା ରାସ୍ତା କାର୍ଯ୍ୟର ଅଗ୍ରଗତି, ବାକି ରହିଥିବା କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ସଡକ ପଥରେ ଆସିବା ରାସ୍ତାର ଅନେକ ସ୍ଥାନରେ ତୀକ୍ଷ୍ଣ ଅନୁଧ୍ୟାନ ଜାରି ରଖିଛନ୍ତି । ଏନେଇ ରବିବାର କଳାହାଣ୍ଡି ଜିଲ୍ଲା ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ବିଜୁ ଏକ୍ସପ୍ରେସ ୱେ ଓ ମୁଖ୍ୟମନ୍ତ୍ରୀଙ୍କ ଆସିବା ରାସ୍ତାର ବିଭିନ୍ନ ସ୍ଥାନରେ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆମପାଣି ଠାରୁ ଆରମ୍ଭ ହେଉଥିବା ବିଜୁ ଏକ୍ସପ୍ରେସ ୱେ ର ରାସ୍ତା ନିର୍ମାଣ କାର୍ଯ୍ୟ ତଦାରଖ ଓ ଦଳୀୟ କର୍ମୀଙ୍କ ସହ ଆମପାଣି ପଥପ୍ରାନ୍ତ କେନ୍ଦ୍ରରେ ଦଳୀୟ କର୍ମିଙ୍କ ସହ ଆଲୋଚନା କରିଛନ୍ତି। ପରେ ଜିଲ୍ଲା ସଭାପତି କନ୍ଦାଗଡ ନିକଟରେ ଥିବା ହେଲିପ୍ୟାଡ଼ ପରିଦର୍ଶନ ସହ ଗୋତୋମୁଣ୍ଡା, ବେହେରା ଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ଦଳୀୟ କର୍ମକର୍ତ୍ତା ଓ ଜିଲ୍ଲା।ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଜିଲ୍ଲା ସଭାପତି ସିଂଦେଓଙ୍କ ସହ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ବ୍ଲକ ସଭାପତି ସୁଶାନ୍ତ ବେହେରା, ବିଧାୟକ ପ୍ରତିନିଧି ମାନସ ବାଗ, ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ଆଦିବାସୀ ଯୁବନେତା ଋତୁରାଜ ମାଝୀ, ଆଶୁତୋଷ ପୁରୋହିତ ଶିବରାମ ପାତ୍ର, ସଞ୍ଜୟ ସିଙ୍ଘଲ, ସୁରେଶ ସାହୁ, ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼,।ପ୍ରମୋଦ କୁମାର ପ୍ରଧାନୀ, ତାପସ ରାୟ ଓ ଦଳୀୟ କର୍ମି ଉପସ୍ଥିତ ରହିଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ନାରୀ ଅଧିକାର ଅଭିଯାନ-ରାଜରାସ୍ତାରେ ଗର୍ଜିଲେ ମହିଳା ବିଜେଡି, ମହିଳା ଜନତା ଦଳର ବିଶାଳ ଶୋଭାଯାତ୍ରା

ପ୍ରଧାନ ମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା ପ୍ରତିବାଦ ରେ ଆଜି ବିଶୋଇ ବ୍ଲକ୍ ବିଜେପି ପକ୍ଷରୁ ବିଶୋଇ ବ୍ଲକ ଘେରାଉ

Sunil Chandra Nayak

ବିଜେପି ଦଳ ଛାଡିଲେ ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ହେମାଙ୍ଗିନି ହଂସ

masiha

Leave a Comment

error: Content is protected !!