ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୪ତମ ଜିଲ୍ଲା ଜୁନିୟର ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଉଦ୍ଘାଟିତ

କାମାକ୍ଷାନଗର (ମନିସ )28/2/23 ଢେଙ୍କାନାଳ ଜିଲ୍ଲା ଜୁନିୟର ରେଡକ୍ରସର ଶିକ୍ଷା ଓ ତାଲିମ ଶିବିର ପରଜଙ୍ଗ ଆଦର୍ଶ ବିଦ୍ୟାଳୟ ପରିସର ରେ ଉଦ୍ଘାଟିତ ହୋଇଯାଇଛି। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଶିବିରରେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ପ୍ରଦିପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଜେ.ଆର.ସି ସଭାପତି ତଥା ଜିଲ୍ଲାଶିକ୍ଷାଅଧିକାରୀ,ଅତିରିକ୍ତ ଜିଲ୍ଲା ଅଧକ୍ଷ ଜେ.ଆର.ସି ,ପରଜଙ୍ଗ ଗୋଷ୍ଠି ଉନ୍ନୟନ ଅଧିକାରି, ଶାରିରିକ ଶିକ୍ଷା ନିରିକ୍ଷକ ତଥା ଜିଲ୍ଲା ସମ୍ପାଦକ ଜେ.ଆର.ସି,ପରଜଙ୍ଗ ଓ ଢେଙ୍କାନାଳ ସଦର ଗୋଷ୍ଠି ଶିକ୍ଷାଧିକାରି ଓ ପରଜଙ୍ଗ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧକ୍ଷ ଯୋଗ ଦେଇଥିଲେ। ଜିଲ୍ଲାର ୮ ଟି ବ୍ଲକରୁ ଆସିଥିବା ରେଡକ୍ରସର ଛାତ୍ରଛାତ୍ରୀଙ୍କୁ କିପରି ବନ୍ଧୁତ୍ବ, ପରୋପକାର ଓ ସେବା ମନୋବୃତ୍ତି ବୃଦ୍ଧି ପାଇବା ସହ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏବଂ ଛାତ୍ରଛାତ୍ରୀଙ୍କୁ ମେଡିକାଲ ତରଫରୁ ଛାତ୍ରଛାତ୍ରୀ ମାନେ କିପରି ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ତାଲିମ ଦିଆଯିବ। ଏବଂ ଓଡ୍ରାଫ ଟିମ ତରଫରୁ ବିପତ୍ତି ସମୟରେ ସହାୟକ ହେବେ ସେ ନେଇ ମଧ୍ୟ ତାଲିମ ଦିଆଯିବ ଆାୟୋଜନ କରାଯିଇଛି। ଏଭଳି ଜିଲ୍ଲାସ୍ଥରୀୟ କାର୍ଯ୍ୟକ୍ରମ ପରଜଙ୍ଗ ଆଦର୍ଶ ବିଦ୍ୟାଳୟରେ ହୋଇଥିବାରୁ ଓଡିଶା ଆଦର୍ଶ ବିଦ୍ୟାଳୟ ତରଫରୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ଆଦର୍ଶ ବିଦ୍ୟାଳୟ ଅଧକ୍ଷ। ଏବଂ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୁୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବେଟି ବଞ୍ଚାଓ ବେଟି ପଢାଓ” ଅଭିଯାନ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ

masiha

ବଲାଙ୍ଗୀର ପୁଲିସକୁ ୪ ସାହସିକତା ପଦକ 

masiha

ନାମ୍ପୋ ହାଟଠାରେ ପଞ୍ଚାୟତସ୍ତରୀୟ ୮୦ ତମ ସ୍ଵାଧନତା ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!