ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରପ୍ରତାପପୁର ଗାଁରେ ଟ୍ରାକ୍ଟର ଓଲଟି ୨ମୃତ ୪ଗୁରୁତର

ଢେ଼ଙ୍କାନାଳ( ମ ସୀ ହା)୦୯/୦୩_ ଭୁବନ ବ୍ଲକ୍ ଅନ୍ତର୍ଗତ ସୁରପ୍ରତାପପୂର ଗ୍ରାମ ରେ ହେବାକୁ ଥିବା ଅଷ୍ଟପ୍ରହରୀ ନିମନ୍ତେ ଜଙ୍ଗଲରୁ ଝାଟି ସଂଗ୍ରହ କରିବାକୁ ଫେରିବା ସମୟରେ ଘଟିଲା ଏକ ଅଭାବନୀୟ ଅଘଟଣ । ଅଧାରାସ୍ତାରେ ହଠାତ୍‌ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ସଂପର୍କରେ ଖବର ପାଇ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ମଠକରଗୋଳା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଚାରି ଜଣଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ମଠକରଗୋଳା ମେଡିକାଲରେ ପ୍ରଫୁଲ୍ଲୁ କୁମାର ସାମଲ (୪୪)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଭୁବନ ମେଡିକାଲରେ ହରିହର ସାମଲ (୬୫ )ଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର ।

ନାବାଳକ ରାଜା ପୁହାଣ ୧୫ , ଉମାଶଙ୍କର ରାଉଳ ୧୪ ବର୍ଷ , ଜଳଧର ସ୍ବାଇଁ ବୟସ ୬୫ ଓ ଅଜୟ ମହାନ୍ତି ଗୁରୁତର ହୋଇଛନ୍ତି ।ତେବେ ରାଜା ପୁହାଣ ,ଜଳଧର ସ୍ବାଇଁ ଓ ଉମାଶଙ୍କର ରାଉଳ ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଶତାୟୁ ପୁରୁଷ ମହେନ୍ଦ୍ର ସାମଲଙ୍କୁ ସମ୍ବର୍ଦ୍ଧିତ କଲେ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ

ମେଦେନା ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ୧୭ ଟି ବିଦ୍ୟାଳୟରେ ଶୁଖିଲା ଖାଦ୍ୟ ନିମନ୍ତେ ଚାଉଳ ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

ରାୟଗଡ଼ ଜିଲ୍ଲା ରେ ଶୁଭାରମ୍ଭ ହେଲା ମିଶନ ଇନ୍ଦ୍ରଧନୁସ

masiha

Leave a Comment

error: Content is protected !!