ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଧପନ୍ତରିଆ ଭାବେ ପଡିରହିଛି ପୋଲ ଆଉ କେତେ ବର୍ଷ ପରେ ସମ୍ପୂର୍ଣ୍ଣ କରାଯିବ

 ଥୁଆମୁଳ ରାମପୁର:୧୧/୩- (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଡେଲଗୁଡା,ଶୁଣ୍ଢିଯବା,ତୁନାପାରୀ,ତୁକୁଗୁଡା ଓ ଗୁଞ୍ଜିଗୁଡା ଗ୍ରାମ ଗୁଡିକକୁ ସଂଯୋଗ କରୁଥିବା ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ୍ବ ସମୟ ହୋଇଯାଇଛି ତାହା ଏପର୍ଯ୍ୟନ୍ତ ଶେଷ କରାଯାଇପାରି ନାହିଁ। ଫଳରେ ସ୍ଥାନୀୟ ଲୋକଙ୍କ ମନରେ ଘୋର ଅସନ୍ତୋଷ ଦେଖା ଦେଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଏହି ଥୁଆମୂଳ ରାମପୁର ବ୍ଳକ ଗୋପାଳପୁର ପଞ୍ଚାୟତ ଏକ ଆଦିବାସୀ ଜନସଂଖ୍ୟା ବହୁଳ ଅଞ୍ଚଳ ଅଟେ। ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଉପରୋକ୍ତ ଗ୍ରାମ ଠାରୁ ଗୋପାଳପୁର ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ନଦୀ ଉପରେ ଏକ ପୋଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଆଜିକୁ ପ୍ରାୟ ୪ ବର୍ଷ ଅତିକ୍ରମ ହେଲାଣି କିନ୍ତୁ ପୋଲ ଶେଷ ହେବାର ନାଁ ଧରୁ ନାହିଁ। ଆଶ୍ଚର୍ଯ୍ୟର କଥା ଯେ, ଏଠାରେ ଲାଗିଥିବା ସୂଚନା ଫଳକ ମୁତାବକ ଏହା ବିଜୁ ସେତୁ ଯୋଜନା ଅନ୍ତର୍ଗତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନିର୍ମାଣ ହେଉଥିବା ବେଳେ ଏହାର ଅଟକଳ ପରିମାଣ, ଠିକାଦାର ଙ୍କ ନାମ, କାର୍ଯ୍ୟାରମ୍ଭ ଓ ସମାପ୍ତି ତଥା କାର୍ଯ୍ୟ ଦିବସ ସମ୍ପର୍କିତ କୌଣସି ସୂଚନା ନାହିଁ। ଏହା ଦ୍ବାରା ଜନସାଧାରଣଙ୍କୁ ସୂଚନା ଅଧିକାର ରୁ ଖାଲି ବଞ୍ଚିତ କରାଯାଉନାହିଁ ବରଂ ଦୁର୍ନୀତି କୁ ଖୋଲାଖୋଲି ଭାବେ ଘଣ୍ଟଘୋଡାଇ ଦିଆଯାଇଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ ସବୁଦିନିଆ ପୋଲ ଅଭାବରୁ ବହୁ କଷ୍ଟରେ ଦୈନନ୍ଦିନ କାର୍ଯ୍ୟ ଓ ପଞ୍ଚାୟତ ଅଫିସ୍ କୁ ଭତ୍ତା ଓ ଅନ୍ଯାନ୍ଯ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଆଣିବା ପାଇଁ ଯିବା ଓ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବା ଆସିବା କରୁଛନ୍ତି ଏହା କେତେ ଯେ କଷ୍ଟକର ହୋଇଛି। ଅନ୍ଯପକ୍ଷରେ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ନେବା ମଧ୍ୟ ଅନେକ ସମସ୍ୟା ଭୋଗିବାକୁ ପଡୁଛି। ଏଭଳି ଅନେକ ସମସ୍ୟା ମଧ୍ୟରେ ସ୍ଵାଧୀନତାର ୭୫ ବର୍ଷ ପରେ ଏବେ ନବୀନ ସରକାରଙ୍କ କ୍ରମାଗତ ୨୨ ବର୍ଷ ଶାସନ କାର୍ଯ୍ଯ କାଳ ପରେ ମଧ୍ୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେବା ଭଳି ଘଟଣା କୁ ନେଇ ସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଛି ଯେ, ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି ବୋଲି।ତେବେ ଜିଲ୍ଲା ବିଭାଗୀୟ ପ୍ରଶାସନ ପକ୍ଷରୁ ତୂରନ୍ତ ଉକ୍ତ ପୋଲର ନିର୍ମାଣଧିନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସାଧାରଣରେ ଦାବି କରାଯାଉଛି

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆଇନଜୀବୀ ସଂଘ ନିର୍ବାଚନ: ନରସିଂହ ସଭାପତି ଓ ତପନ ସମ୍ପାଦକ 

masiha

ନର୍ଲା ପଞ୍ଚାୟତ ସମିତି ଠାରେ ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ 

Sunil Chandra Nayak

କମେବିଟ ଜଙ୍ଗଲର ନିଆଁକୁ ଆୟତ୍ତ କଲେ ବନ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!