ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂର୍ଚ୍ଛନା ପରିବାରର ହୋଲିମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ରାଉରକେଲା/ ସଂଗୀତ ଅନୁଷ୍ଠାନ ମୂର୍ଚ୍ଛନା ପରିବାର ତରଫରୁ ସେକ୍ଟର ୨୦ସ୍ଥିତ କଳିଙ୍ଗ କଳା ପରିଷଦ ଠାରେ ହୋଲିମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଉପସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ, ସାଧାରଣ ସଂପାଦକ ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଆବାହକତ୍ବ ଓ କଳ୍ପନା ଶତପଥୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପିର ବରିଷ୍ଠ ଅଧିକାରୀ ପ୍ରଶାନ୍ତ କୁମାର ପୁହାଣ ମୁଖ୍ୟଅତିଥି ଓ ଅନ୍ୟତମ ବରିଷ୍ଠ ଅଧିକାରୀ ହୀରାଲାଲ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପରିବାରର କର୍ମକର୍ତ୍ତା ଙ୍କୁ ସାଧୁବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିମାନେ କବି ତଥା ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, ସୁଜ୍ଞାନୀ ରାୟ, ରବି ପାଣିଗ୍ରାହୀ, ସଞ୍ଜୟ ସାହୁ ଓ ରଞ୍ଜିତା ବେହେରା ଙ୍କୁ ‘ ମୂର୍ଚ୍ଛନା ବଂଧୁ ସମ୍ମାନ”ରେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ କୁଞ୍ଜବିହାରୀ ରାଉତ, ପ୍ରତାପରୁଦ୍ର ତ୍ରିପାଠୀ, ମହମ୍ମଦ ଆସଲମ୍ ଓ ବିଭୁପ୍ରସାଦ ନାୟକ ସ୍ବରଚିତ କବିତା ପାଠ କରିଥିବାବେଳେ ଇତି ପଟ୍ଟନାୟକ, ସୋନାଲି ତ୍ରିପାଠୀ,ପିଙ୍କି ପ୍ରିୟଦର୍ଶନୀ, ଶେଖର ଜୟପୁରିଆ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଦୀପ ସାମଲ, ପ୍ରଦୀପ ସାହୁ, ଅରବିନ୍ଦ ସାହୁ, ମୀନର୍ଭା ସାହୁ, ତୀର୍ଥ ନାଥ, ଲକ୍ଷ୍ମୀକାନ୍ତ, ଅନୁପମା, କାଦମ୍ବିନୀ , ଶର୍ମିଷ୍ଠା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବାବେଳେ ଶେଷରେ କୋଷାଧ୍ୟକ୍ଷ ନିବେଦିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦୁଷ୍କର୍ମ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ

Sunil Chandra Nayak

କୋକସରା ସିଏଚସି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କାୟାକଲ୍ପ ଟିମ

masiha

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ 

masiha

Leave a Comment

error: Content is protected !!