ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଆପାଳ ବିକାଶ ପରିଷଦ ଦ୍ୱାରା ସାମ୍ବାଦିକ ସମିଳନୀ 

ବାଲେଶ୍ଵର,୨୧/୩/୨୩- ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନେତାଜୀ ଷ୍ଟାଡିୟମ ପଡିଆରେ ବାଲିଆପାଳ ବିକାଶ ପରିଷଦ ପକ୍ଷରୁ ସୁବର୍ଣ୍ଣରେଖା ଉତ୍ସବ ଆରମ୍ଭ ହୋଇଛି । ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ନେତାଜୀ ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ଖବର ଦାତା ସମ୍ମିଳନୀରେ କମିଟିର ଆବାହକ ସତ୍ୟକାମ ମହାନ୍ତିଙ୍କ କହିଛନ୍ତି । ସରକାରଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛଉ ନାଚ, ଗୋଟିପୁଅ ନାଚ, ଓଡ଼ିଶୀ ନାଚ, ସମ୍ବଲପୁରୀ ନାଚ ଇତ୍ୟାଦି ପରିବେଷଣ ହେବା ସହିତ ବିଭିନ୍ନ ଦିବସରେ ହଲିଓଡ, ବଲିଓଡ, ଚଳଚିତ୍ର ଓ ଛୋଟ ପରଦାର ସେଲିବ୍ରେଟି, ଷ୍ଟାରଙ୍କ ସହିତ ମେଲୋଡ଼ି ଷ୍ଟାର ଏବଂ ଓଡ଼ିଶାର ନାମିଦାମୀ ରାଜନୈତିକ ବ୍ୟକ୍ତି, କବି, ଲେଖକ ଓ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଖବରଦାତା ସମ୍ମିଳନୀରେ ପ୍ରକାଶ କରାଯାଇଛି । ଏହା ସହିତ ଅଞ୍ଚଳର ଆମପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପ୍ରତେକ ଦିନ ଅନୁଷ୍ଠିତ ହେବ । 

ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ଦାସ, ସମ୍ପାଦକ ପ୍ରତାପ କୁମାର ପାତ୍ର, କୋଷାଧ୍ୟକ୍ଷ ଜଗବନ୍ଧୁ ଜେନା, ମେଳା ପରିଚାଳକ ମନୋଜ କୁମାର ଜେନା, ସହିତ ମିଡିଆ ସଂଯୋଜକ ପ୍ରଦୀପ କୁମାର ଜେନାଙ୍କ ସହିତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମା ମଙ୍ଗଳା ମନ୍ଦିର, ଶମ୍ଭୁ ନଗର ପଡା ବାର୍ଷିକ ଉତ୍ସବ ରେ ରୋଷେଇ ଗୃହ ର ଶୁଭ ଉଦଘାଟନ

Sunil Chandra Nayak

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ ପାଳିତ

masiha

ଅବୁଜବାହାଲ ମିନମାଚ ପାହାଡ଼ରେ ବେଆଇନ ବ୍ଲାଷ୍ଟିଙ୍ଗ୍: ପ୍ରଶାସନର ଦ୍ଵାରସ୍ଥ ହେଲେ ଗ୍ରାମବାସୀ, କାମ ସ୍ଥଗିତ ପାଇଁ DDM ଙ୍କ ନିର୍ଦ୍ଦେଶ

Leave a Comment

error: Content is protected !!