ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମସିହା ର ପ୍ରଭାବରେ ଓ ଡାକ୍ତର ଅସିତ କୁମାର ସାହୁଙ୍କ ସହଯୋଗରେ ସିନ୍ଦ୍ର ମାଝୀ ଆଖି ଅସ୍ତ୍ରୋପଚାର

ଗୋଳାମୁଣ୍ଡା/୨୬/ମସିହା/ଡାକ୍ତର ହେବ ତ ଏମିତି , ଗରିବଙ୍କ ସେବାରେ ନିୟୋଜିତ ରହନ୍ତୁ, ଗତ କିଛି ଦିନ ତଲେ ରାମକୁମାର ସେନାପତି ସମାଜ ସେବୀ ଉଦିଆ ନିଆଲ ଙ୍କ ଅନୁରୋଧ ରେ ଡାକ୍ତର ଅସିତ କୁମାର ସାହୁ ପଦ୍ମପୁର ଗ୍ରାମର ଦଶବର୍ଷର ଦୃଷ୍ଟି ହୀନ ମହିଳା ସିନ୍ଦ୍ର ମାଝୀ (୬୮) ସ୍ୱାମୀ ଭୀମ ମାଝୀ ଙ୍କ ଘରେ ଡାକ୍ତର ବାବୁ ଆସି ଆଖି ଚିକିତ୍ସାକରି ଡାକ୍ତର ବାବୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ ସେହି ଡାକ୍ତର ବାବୁ ଅସିତ କୁମାର ସାହୁ ଜୁନାଗଡ଼ ଲେପ୍ରା ଆଖି ଚିକିତ୍ସା କେନ୍ଦ୍ର କୋଡ଼ିନଟର ଚିନୁଚରଣ ଭତ୍ରାଙ୍କ ପରାମର୍ଶ କ୍ରମେ ଗତକାଲି ଶୁକ୍ରବାରଦିନ ରେଙ୍ଗସାପାଳି ଗ୍ରାମ ପଞ୍ଚାୟତର ପଦ୍ମପୁରଗ୍ରାମରେ ପହଛି ଦୃଷ୍ଟି ହୀନ ମହିଳା ସିନ୍ଦ୍ର ମାଝୀ ଓ ତାଙ୍କ ସ୍ବାମୀ ଭିମ ମାଝୀ ଙ୍କୁ ଜୁନାଗଡ଼ ଲେପ୍ରା ଚିକିତ୍ସା କେନ୍ଦ୍ରରେ ନେଇ ଶନିବାର ଦିନ ସିନ୍ଦ୍ର ମାଝି ଙ୍କ ଡାହାଣ ଆଖି ଅସ୍ତ୍ରୋପଚାର କରାଯାଇ ଥିବା ଖବର ଡାକ୍ତର ଅସିତ କୁମାର ସାହୁ ଓ ଚିନୁଚରଣ ଭର୍ତିୟା ଜଣାଇ ଥିବାରୁ ଆଜି ସମାଜ ସେବୀ ଉଦିଆ ନିଆଲ ଓ ରାମକୁମାର ସେନାପତି ନେତ୍ରାଲୟ ଲେପ୍ରା କୁ ଯାଇ ପରଖି ଥିଲେ, ଅଞ୍ଚଳର ସମାଜ ସେବୀ ଉଦିଆ ନିଆଲ, ଜନକଲ୍ୟାଣ ସାମ୍ବାଦିକ ସଙ୍ଘପକ୍ଷରୁ ଡାକ୍ତର ଅସିତ କୁମାର ସାହୁଙ୍କୁ ଓ ଚିନୁଚରଣ ଭର୍ତିୟା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି, ଯେହେତୁ ଅସହାୟ ବୃଦ୍ଧା ଦଶବର୍ଷ ପର୍ଯ୍ୟନ୍ତ ଦୃଷ୍ଟି ହୀନ ହୋଇ ରହିଥିଲା ବେଳେ ମହିଳାଙ୍କୁ ସରକାରି ଚାଉଳ ବ୍ୟତୀତ ବିକଳାଙ୍ଗ ଭତା କିମ୍ବା ଆଧାର କାର୍ଡ,ପଞ୍ଚାୟତ ଜରିଆରେ କୌଣସି ପ୍ରକାର ସହାୟତା ଯୋଗାଇଦେବାକୁ କେହି ନ ଥିଲେ ଆଜି ସମାଜ ସେବୀ, ଓ ମେଡିଆ ଏବଂ ଚପରିଆ ଡାକ୍ତରଙ୍କ ଏବଂ ଚିନୁଚରଣ ଭରତୀୟା ଙ୍କ ନିଃ ସ୍ୱାର୍ଥ ଭାବରେ ଗୋଟିଏ ଆଖି ଅସ୍ତ୍ରୋପଚାର ହୋଇଛି ତାହା ପଦ୍ମପୁର ଗ୍ରାମର ଲୋକମାନେ ଧନ୍ୟବାଦ ଜଣାଇଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ସ୍ବରାଗିଣୀ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Sunil Chandra Nayak

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଚିନୁ ବହିଦାରଙ୍କ ରାଉରକେଲା ସ୍ୱୟଂଶାସିତ ମହାବିଦ୍ୟାଳୟ ଗସ୍ତ 

masiha

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୮୮ ତମ ଓଡ଼ିଶା ଦିବସ ସମାରୋହ-୨୦୨୩ ଧୂମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!