ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ୟାଙ୍କିଙ୍କ ସେବା ଓ ଋଣ କର୍ମଶାଳା.. ଭୂମି ହୀନ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା କର୍ମଶାଳାରେ ଚର୍ଚ୍ଚା

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ବସ୍ତି ଠରେ କୃଷି ପ୍ରାଥମିକ ସମବାୟ ସମିତି ପକ୍ଷରୁ ରବିବାର ବ୍ୟାଙ୍କିଙ୍କ ସେବା ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମବାୟ ସମିତିର ସଭାପତି ଗୋବର୍ଦ୍ଧନ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା ଓ ସୁରେଶ ଚୌଧୁରୀ, ବ୍ଳକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ସ୍ଥାନୀୟ ସରପଞ୍ଚ ସ୍ୱର୍ଣ୍ଣ ଲତା ସାହୁ, ରିଂଜା ସମିତି ସଭ୍ୟ ଆନନ୍ଦ ନାଗ, ସ. ମାଲପଡା ସମିତି ସଭ୍ୟ ଗୋଲାପ ଶଙ୍କର ସାହୁ, ସମବାୟ ସମିତିର ଉପ ସଭାପତି ବନିତା ସାହୁ, ସମବାୟ ସମିତିର ସମ୍ପାଦକ ଭବାନୀ ଶଙ୍କର ସାହୁ, ମୁଖ୍ୟବକ୍ତା ଭାବରେ କଳାହାଣ୍ଡି ଏଆରସିଏସ ନିରୀକ୍ଷକ ଭାବନାଥ ରାୟଗୁରୁ ପ୍ରମୁଖ ଯୋଗ ଦେଇ ସମବାୟ ସମିତି ଜରିଆରେ କୃଷକ କଲ୍ୟାଣ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋଚନା କରିଥିଲେ । ଭୂମୀ ହୀନ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା କର୍ମଶାଳାରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ରେ ମିଲେଟ ମିଶନ ଏବିପିସି ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିବା ବେଳେ ସମ୍ପାଦକ ଭବାନୀ ଶଙ୍କର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମବାୟ ସମିତିର ସଦସ୍ୟ ଭରତ ବେହେରା, ରଥ ରଣା, ଦିଲିପ ସାହୁ, ଟିକ ବାଗ, ଭରତ ସାହୁ,ସୁକୃ ରଣା, କ୍ଷମରାଜ୍ ସାହୁ ଙ୍କ ସମେତ ଡିଇଓ ଅଚିନ ଅନୁଭବ ଷଡ଼ଙ୍ଗୀ, ଧୁବଲେଶ୍ବର ସାହୁ, ବିଶ୍ୱ ନାଥ ଭୋଇ, ଫୋର ମେନ କୁମାର ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ତ୍ରିଦିବସୀୟ ନାଟକ ମହୋତ୍ସବ :ଶେଷ ସନ୍ଧ୍ୟାରେ” ସମ୍ପର୍କ “

Sunil Chandra Nayak

୧- ଭାପୁର ଅଞ୍ଚଳରୁ ମାଙ୍କଡା ପଥର,ବୋଝେଇ ଟ୍ରକ୍ ଜବତ, ୨–ଜରିପାଳ ଗ୍ରାମ ନିକଟ ପୋଖରୀରେ ହାତୀ ଆକ୍ରମଣରେ ଯୁବକ ମୃତ

ଏମଜିଏନଆରଏଜିଏରେ ପ୍ରଶାସନିକ କଣ୍ଟିଜେନ୍ସି କିଣାରେ ଅନିୟମିତତାର ତଦନ୍ତ ଦାବି 

masiha

Leave a Comment

error: Content is protected !!