ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସଫଳା ପୁଷଲତା ଦାସ ଙ୍କ କବିତା = ମୁଁ ବି ନାଉରୀ ତୁମେ ବି ନାଉରୀ 

 ମୁଁ ବି ନାଉରୀ

               ତୁମେ ବି ନାଉରୀ 

            ସଫଳା ପୁଷଲତା ଦାସ 

ମୁଁ ବି ନାଉରୀ ତୁମେ ବି ନାଉରୀ 
ଫରକ ଅଛି ହେ ସାଇଁ 
ପିତୃ ସତ୍ୟ ପାଳି ଧର୍ମ ରକ୍ଷା କଲ 
ମୋ କରମ ନାବ ବାହି 
ତୁମେ ରଘୁନାଥ ଚାଲୁଥିଲ ପଥ 
  ପଥରରେ ପାଦ ବାଜି 
କେଉଁ ଅଭିଶାପୁ କିବା ପୂଣ୍ୟ ବଳୁ 
ନାରୀ ରୂପ ନେଲା ସାଜି 
ପୋଷେ ମୋ କୁଟୁମ୍ବ ନଦୀ ପାର କରି 
  ନୌଉକା ସମ୍ୱଳ ମୋର 
ଗଂଗା ନଦୀ ପାର ହେବାକୁ ଚାହୁଁଛ
ପାଦ ଧୋଇବି ତୁମର ।
ପଥର ପରିକା ନାବ ଟିଏ ମୋର 
 ନାରୀଟିଏ ଯଦି ହୁଏ 
କିପରି କୁଟୁମ୍ବ ପୋଷିବି ମୋହର 
 ପାଦ ଧୋଇଦେବି କୁହେ
 ତୁମେ ତ ନାଉରୀ ସଂସାର ସାଗରେ 
       ମୋ ସଂସାର ତୁମ ହାତେ 
ଜିବୀକା ମୋହର ନାଉରୀ ପେଷା ହେ 
       ପାଦ ଧୋଇ ଦେବି ହାତେ 
ପୋଷିବା ଶକତି ନାହିଁ ମୋର ପ୍ରଭୂ 
      ଯୋଡା ନାରୀଟିକୁ ନେଇ 
ନାଆଟି ମୋହର ଏତିକି ସମ୍ୱଳ 
      ଏକଥା କି ଜାଣ ନାହିଁ 
ନ ଥିବ ସେ ଧୂଳି ନହେବ ସେ ନାରୀ 
    ବିଜ୍ଞାନୀ କୈବର୍ତ୍ତ କୁହେ 
ପାଦ ବଢାଇଲେ ଜାନକୀ ଜୀବନ 
       କୈବର୍ତ୍ତର ବୁଦ୍ଧି ଇଏ ।
ଧୋଇଲା ଚରଣ ବୈକୁଣ୍ଠ ରେ ମନ
      ଭକ୍ତ ଭାବେ ଭାବଗ୍ରାହୀ
ବନ୍ଧା ପଡିଗଲେ ବିଜ୍ଞାନୀ ପାଖରେ 
       ନାବରେ ବସିଲେ ଯାଇ ।

         କଟକ

Related posts

ପ୍ରସନ୍ନ କୁମାର ସାହୁ ଙ୍କ କବିତା = ଅକ୍ଷୟ ତୃତୀୟା

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା// ହେ ! ନୂଆଁ ବରଷ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!