ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରସୁଆଁ ରେ ଉତ୍କଳ ଦିବସ ପାଳନ

ରାଉରକେଲା/ ବରସୁଆଁ ଖଣି ଅଂଚଳରେ ଥିବା ଓଡିଆ ଅନୁଷ୍ଠାନ ‘ପ୍ରଗତି’ ତରଫରୁ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସତ୍ୟ ନାରାୟଣ ବେହେରାଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ବସନ୍ତ କୁମାର ନାୟକଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୃପ ଅଫ୍ ମାଇନ୍ସର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ରଥ ମୁଖ୍ୟଅତିଥି, ଉଦଘାଟିକା ଭାବେ ଜ୍ୟୋସ୍ନାରାଣୀ ରଥ, ମୁଖ୍ୟ ବକ୍ତା ଭାବେ ଭାରତ ସରକାରଙ୍କ ପ୍ରଧାନ ବୈଜ୍ଞାନିକ ଡଃ ପ୍ରମୋଦ କୁମାର ପଣ୍ଡା, ସ୍ବତନ୍ତ୍ର ଅତିଥି ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ସସ୍ମିତା ଜେନା, ବରସୁଆଁ ଭେଲି ଇନଚାର୍ଯ ନାରାୟଣ ପଣ୍ଡା, ଡିଜିଏମ ମୃତ୍ୟୁଞ୍ଜୟ କୁମାର, ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶଶିଭୂଷଣ ମହନ୍ତ ପ୍ରମୁଖ ଯୋଗଦେଇ ଉତ୍କଳ ଦିବସ ପାଳନର ଆବଶ୍ୟକତା ଓ ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ସ୍ବତନ୍ତ୍ର ଅତିଥି ଶ୍ରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଡଃ ପଣ୍ଡା ଓଡିଶାର ଗୌରବମୟ ଐତିହ୍ୟ ଓ ପରମ୍ପରା ଉପରେ ଆଲୋଚନା କରି କହିଲେ ଯେ ଆମ ଭାଷା, ଆମ ସଂସ୍କୃତି ମହାନ। ଓଡିଆତ୍ବ ସାଭିମାନ ସଂପର୍କରେ ସେ ଅନେକ ଉଦାହରଣ ଦେଇଥିଲେ । ତେବେ ଏହାର ସୁରକ୍ଷା ପ୍ରତ୍ୟେକ ଓଡିଆଙ୍କ ଦାୟିତ୍ୱ ବୋଲି ମତ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ରଥ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଓଡ଼ିଶାର ଗରିମାମୟ ଇତିହାସ, ସମ୍ମାନିତ ଅତିଥି ଅଧ୍ୟାପିକା ଶ୍ରୀମତୀ ଜେନା ସ୍ବାଭିମାନ ଓଡିଶା ଓ ଶ୍ରୀ ପଣ୍ଡା ଓଡିଶା ପ୍ରତିଷ୍ଠାର ବିନ୍ଧାଣୀଙ୍କ ସଂପର୍କରେ ଆଲୋଚନା କରିଥିଲେ । ଛାତ୍ରୀ ଶ୍ରୀୟାରାଣୀ ବେହେରା ବକ୍ତବ୍ଯ ରଖିଥିବା ବେଳେ ସରସ୍ବତୀ ଶିଶୁ ମନ୍ଦିର,ଇସ୍ପାତ ହାଇସ୍କୁଲ, ବିଶପ୍ ହରମୋନ୍ ମିଶନ ସ୍କୁଲ, ରାଉରକେଲାର କଳିକା ଓ ନଟରାଜ ନୃତ୍ୟ ଗୃପର ଛାତ୍ରୀ ମାନେ ଓଡିଶୀ, ସମ୍ବଲପୁରୀ ନୃତ୍ୟ ଆଦି ପରିବେଷଣ କରିଥିଲେ । ଶିଶୁ ମନ୍ଦିରର କୁନିକୁନି ଛାତ୍ରୀଙ୍କ ଓଡିଶା ମୋ ଓଡିଶା ନୃତ୍ୟରେ ଅତିଥିମାନେ ନାଚିବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ପୁଲିସ ଅଧିକାରୀ ଅଶୋକ କୁମାର ବେହେରାଙ୍କ ସମେତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସଭାପତି ଶ୍ରୀ ବେହେରା ଅତିଥି ମାନଙ୍କୁ ସ୍ବାଗତ କରିଥିବା ବେଳେ ସାଧାରଣ ସଂପାଦକ ଶ୍ରୀ ନାୟକ ସଂପାଦକୀୟ ଓ ସ୍ବାଗତ ଭାଷଣ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବ୍ରତ କର, ବିକ୍ରମ ସିଂ, ପ୍ରଫୁଲ୍ଲ ପ୍ରଧାନ, ନବକିଶୋର ପ୍ରଧାନ, ସାମୁଏଲ ବୋଦ୍ରା, ସୁଧୀର ଜେନା, ଫକୀର ନାୟକ, ଅଭିରାମ କଣ୍ଡୁଲନା, ପ୍ରକାଶ ମହାରଣା, ଇନ୍ଦ୍ରାବଳୀ ମିସ୍ତ୍ରୀ ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଗୁରୁ ଓ ଗୁରୁମା ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଅବଧିର 2ବର୍ଷ ପରେ ବି ପ୍ରଧାନମନ୍ତ୍ରୀ ସଡ଼କ କାମ ସରୁ ନାହିଁ ,,କଂଟ୍ରାକଟର ଏବଂ ପ୍ରଶାସନ ର ମଧୁଚନ୍ଦ୍ରିକା ,ରାସ୍ତା ପାଇଁ ମାଣିକପୁର ପଂଚାୟତ ବାସୀ ଚିନ୍ତା ରେ

masiha

ରାୟଗଡ ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ, ରାୟଗଡଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ଚିଚିଆ ଶିବମନ୍ଦିର ଖେଳ ପଡ଼ିଆରେ ବିନା ସୂଚନା ଫଳକରେ ଷ୍ଟେଜ ନିର୍ମାଣ

Sunil Chandra Nayak

Leave a Comment

error: Content is protected !!