ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ମାନସ ମନ୍ଥିନୀ

ମାନସ ମନ୍ଥିନୀ—-,

ମାନସ ମନ୍ଥିନୀ ହୃଦ କମଳିନୀ
ଚିତ୍ତ ବିନୋଦିନୀ ମୋର,
ତୋ ବିନା ଅସାର ଲାଗଇ ସଂସାର
କାହିଁ କରିଗଲୁ ପର।।
ରଖିଥାନ୍ତି ତୋତେ ମୋ ହୃଦ ପଲଙ୍କେ
ଆଖିରେ ତୋ ପ୍ରତିଛବି,
ଦେଖୁଥାନ୍ତି ନିତି ସରାଗ ଅଜାଡି
ଗଭା ଗଜରାରେ ଲାଖି।।
ତୁଚ୍ଛ ମଣି ମୋତେ ଚାଲିଗଲୁ ଦୂରେ
ଆଉ କାହା କର ଧରି,
ଅଟ୍ଟାଳିକା ଦେଖି ଭୁଲିଲୁ ସମସ୍ତ
ଧରିନେଲୁ ହେବୁ ରାଣୀ।।
ଜାଣେନା କିପରି କଟୁଛି ତୋ ଦିନ
ରହୁ ନ ଥିଲୁତୁ କ୍ଷଣେ,
ଝୁରି ହେଉଥିଲୁ ଦେଖିବା ପାଇଁକି
ଆସୁଥିଲି ନିମନ୍ତ୍ରଣେ।।
ତୁ ସିନା ଭୁଲିଛୁ ମୋ କୁଟୀର ଘର
ମୁଁ ତ ଭୁଲି ନାହିଁ ତୋତେ,
ସରଗ ପରୀ ତୁ ହୋଇଛୁ ମୋପାଇଁ
ଛୁଇଁ ପାରିବିକି ତୋତେ???
ଆଖିର ଲୁହକୁ ନିଜେ ମୁଁ ପିଉଛି
ସାଥି କେହି ମୋର ନାହିଁ,
ନିଃସଙ୍ଗ ପଣରେ ବୁଜି ଦେବି ଆଖି
କେବେ ତୁ ଦେଖିବୁ ନାହିଁ।।

ଚିତ୍ରା ରାଣୀ ପାତ୍ର

ବାଲେଶ୍ୱର

Related posts

ଶସ୍ମିତେଶ ସାହୁ ଙ୍କ କବିତା l l ତୁମ ପାଇଁ l l

Sunil Chandra Nayak

ଆଜି ସାବିତ୍ରୀ ଓଷା… ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ ରମ୍ୟ ରଚନା // ଇଏ କି ପ୍ରକାର ସ୍ଵାଧୀନତା??

Sunil Chandra Nayak

Leave a Comment

error: Content is protected !!