ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶବରୀ ଶ୍ରମଣାର ପ୍ରଭୁଭକ୍ତି 

ଗଳ୍ପ

ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ

ଦଣ୍ଡକା ଅରଣ୍ୟ ମଧ୍ୟରେ ମାତଙ୍ଗମୁନୀ ଙ୍କ ଆଶ୍ରମ |ସେହି ଅରଣ୍ୟ ମଧ୍ୟରେ ଶ୍ରମଣା ନାମ୍ନୀ ଶବରୀ ରହେ |ଏକଦା ସେ ଜଙ୍ଗଲ ମଧ୍ୟରେ ବୁଲୁବୁଲୁ ଏକ ଆଶ୍ରମନିକଟରେ ପହଁଚିଲେ |ଶବରୀ ର ଆଉ କେହି ନଥିଲେ |ଦୟାଳୁମୁନୀ ତାଙ୍କୁ ଆଶ୍ରୟ ଦେଇ ନଥିଲେ,ମାତ୍ର ପ୍ରତ୍ୟେହ ତାଙ୍କୁ ଭକ୍ତି ଜ୍ଞାନ ସମ୍ଭନ୍ଧୀୟ ଉପଦେଶ ଦେଉଥିଲେ |ମୁନିଙ୍କ ଶେଷ ସମୟ ଉପସ୍ଥିତ ହେବାରୁ ସେଶବରୀ କୁ ନିଜ ପାଖକୁଡାକିଲେ ଓ କହିଲେ ଦିନେ ଶ୍ରୀରାମ,ଲକ୍ଷ୍ମଣ ଏହି ଆଶ୍ରମକୁ ଆସିବେ, ସେ ପରଂବ୍ରହ୍ମ!ତାଙ୍କ ଦର୍ଶନରେ ତୁମର ଜୀବନ ଧନ୍ୟହେବ |ସକଳ ପାପ ତାପ ସବୁ ଦୂର ହୋଇଯିବ |ମୁନିଙ୍କ କଥାଶୁଣି ଶବରୀ ମନରେ ଶ୍ରୀରାମଙ୍କ ପ୍ରତି ଅହେତୁକଭକ୍ତି ଭାବ ଜାଗ୍ରତହେଲା |

  ସେଇ ଦିନ ଠାରୁ ପ୍ରଭୁଙ୍କ ପ୍ରତୀକ୍ଷାରେ ଶବରୀ ପ୍ରଭୁଙ୍କ ଆଗମନକୁ ଚାତକପରି ଚାହିଁରହିଲା। ପ୍ରତ୍ୟେହ ପ୍ରଭାତରୁ ଉଠି ପ୍ରଭୁ ଶ୍ରୀରାମଙ୍କୁ ସ୍ୱାଗତ କରିବା ପାଇଁ ଅରଣ୍ୟରୁ ନାନାଜାତି ଫୁଲ ତୋଳି ଆଣି ଆଶ୍ରମର ଦ୍ୱାରରେ ଫୁଲ ବିଂଛି ଦେଉଥିଲା | ପ୍ରଭୁଙ୍କୁ ଭୁଞ୍ଜାଇବା ନିମିତ୍ତ ଭଳିକିଭଳିଫଳ ଜଙ୍ଗଲରୁ ତୋଳି ଆଣୁଥିଲା |ଏହିପରି ସବୁଦିନ ଭକ୍ତିପୂତ ମନରେ କରିଚାଲି ଥାଏ |

            ଶେଷରେ ତା’ର ପ୍ରତୀକ୍ଷା ର ଅନ୍ତ ହେଲା ସତକୁ

ସତ ଜନକନନ୍ଦିନୀ ସୀତାଙ୍କ ଅନ୍ୱେଷଣରେ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣ ସେହି ଆଶ୍ରମରେ ପହଁଚିଲେ  |ଶବରୀ ସେମାନଙ୍କ ପାଦ ଧୌତ ପୂର୍ବକପ୍ରଣାମ କରି ପାଦତଳେ ଲୋଟିଗଲା |ଭକ୍ତି ଗଦଗଦ ଅନ୍ତରରେ କହିଲା ହେ ରଘୁନନ୍ଦନ! ଆଜି ମୋର ଜନ୍ମ ସାର୍ଥକ ହୋଇଗଲା |ମୋର ଦୀର୍ଘଦିନର ତପ ପୂର୍ଣ୍ଣ ହେଲା |ମୁଁ ଆଜି ଏତେ ଖୁସିଯେ ତାହା ଭାବରେ ବ୍ୟକ୍ତ କରିପାରୁନାହିଁ| କାରଣ ମୋ ପାଖରେ ମୋପ୍ରଭୁ ଅଛନ୍ତି,ଏହା ହେଉଛି ମୋ ପାଇଁ ଅତ୍ୟନ୍ତ ଖୁସିର ଦିନ |ଯଥାବିଧି ରେ ଅତିଥିସତ୍କାର ପୂର୍ବକ ଆସନରେ ବାସଇଲା |ଅରଣ୍ୟମଧ୍ୟରୁ ଆଣି ରଖିଥିବା ଫଳଗୁଡିକୁ ଚାଖିଚାଖି ସୁସ୍ୱାଦୁ ଫଳଗୁଡିକୁ ପ୍ରଭୁ ଶ୍ରୀରାମ ଲକ୍ଷ୍ମଣକୁ ନିଜହାତରେ ଖୁଆଇ ଚାଲିଲା |ତାର ସ୍ୱଚ୍ଛନିର୍ମଳ ମନୋ-ଭାବ, ଗଭୀର ଭଲପାଇବା, ଭକ୍ତିଭାବରେ ପ୍ରଭୁ ତଲୀନ୍ନ ହୋଇ ଯାଇ ଆନନ୍ଦରେ ଫଳ ଭକ୍ଷଣ କରି ଚାଲିଥିଲେ |ଏହା ଥିଲା ଭକ୍ତ ଭଗବାନ ଙ୍କ ନିକଟରେ ନିହିତ ସଂପର୍କ, ଯାହାକି ଯୁଗଯୁଗ ଧରି ତପସ୍ୟାରତ ମୁନୀ ଋଷିଙ୍କୁ ପ୍ରାପ୍ତ ହୋଇ ନଥାଏ |ଫଳ ଖାଇ ଶବରୀକୁ ଅନେକ ପ୍ରଶଂସା କଲେ |ପ୍ରଭୁଙ୍କୁ ଆଦରରେ ଚର୍ଚ୍ଚାକରି ଶବରୀ କହିଲା, “ହେ ପ୍ରଭୁ! ଆପଣଙ୍କ ଦର୍ଶନ ଲାଭକରି ମୁଁ ଅତ୍ୟନ୍ତ ପ୍ରୀତହୋଇଛି |”

ପ୍ରଭୁ ଶ୍ରୀରାମ ଶବରୀର ଅନାବିଳ ଭକ୍ତି ଦେଖି କହିଲେ -“ମୁଁ କେବଳ

ଭକ୍ତିରେ ବନ୍ଧା ଜାତି,ଧର୍ମ,ବର୍ଣ୍ଣ,ଗୁଣ ବୁଦ୍ଧି ଏସବୁ ଥିଲେବି ଭକ୍ତି ବିନା

ମାନବ ଜଳହୀନ ବାଦଲ ପରି |ତୁମ ହୃଦୟରେ ରହିଛି ମୋପ୍ରତି ଅନାବିଳ ଭକ୍ତି, ଯାହାର ତୁଳନା ନାହିଁ |ଯାହା ଫଳରେ, ତୁମେ ମୋର ଦର୍ଶନ ପାଇବାରେ ସମର୍ଥ ହେଲ |”ଶବରୀ ବାର-ମ୍ବାର ଶ୍ରୀରାମ ଚରଣତଳେ ମଥା ନତ କରି ପ୍ରଭୁଙ୍କୁ ଆନନ୍ଦରେ ମନଭରି ଦର୍ଶନ କଲା |ମୁଁତ ଛାର ମାନବ ସେ ଭାବକୁ ବ୍ୟକ୍ତ କରିବା ପାଇଁ ମୋ ଶବ୍ବକୋଷରେ ଭାଷା ନାହିଁ |ତଥାପି ମୋ ମସୀମୁନରେ କିଂଚିତ ସେହି ପ୍ରଭୁଙ୍କ ଅପାର କରୁଣାରୁ ବର୍ଣ୍ଣନା କରିବାକୁ ସକ୍ଷମ ହେଲି |

**************************

Related posts

ଜୟ କୁମାର ମିଶ୍ର ଙ୍କ କବିତା ଗଣେଶ ପୂଜା, ଟୋକାଙ୍କ ମଜା

Sunil Chandra Nayak

କନ୍ଧମାଳ ଜିଲ୍ଲା କଳା ସଂସ୍କୃତି ସଙ୍ଘ ପକ୍ଷରୁ ନୂତନ ଜିଲ୍ଲାପାଳ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!