ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ଗ୍ରସ୍ତରେ ରାଜ୍ୟ ମିଶନ ଶକ୍ତି ଉପଦ୍ୟେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର

ବାଣପୁର:- ମିଶନ ଶକ୍ତିକୁ ସଶକ୍ତ କରିବା ପାଇଁ ରାଜ୍ଯ ସରକାର ବହୁ ଗୁରୁତ୍ୱ ଦେଉଥିବା ବେଳେ । ମଙ୍ଗଳବାର ରାଜ୍ଯ ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ବାଣପୁର ବ୍ଲକ ଗ୍ରସ୍ଥ କରିଛନ୍ତି। ବାଣପୁର ବ୍ଲକର ନନ୍ଦପୁର ,ନିଳାଦ୍ରିପ୍ରସାଦ ,କୁମାରଙ୍ଗ,ଭେଟେଶ୍ୱର, ଦାମିଆବରବରା ଗ୍ରାମ ପଞ୍ଚାୟତ ଗ୍ରସ୍ଥ କରି ମିଶନ ଶକ୍ତି ଓ ସ୍ବୟଂସହାୟକ ଗୋଷ୍ଠୀ ମାଧ୍ୟମରେ ହେଉଥିବା ମହୁ ଚାଷ, ଛତୁଆ ପ୍ରସ୍ତୁତ କେନ୍ଦ୍ର, ବେତ ବାଉଁଶ କାମ କେନ୍ଦ୍ର, ଅଙ୍ଗନବାଡି ଡ୍ରେସ ପ୍ରସ୍ତୁତ କେନ୍ଦ୍ର ବୁଲି ଦେଖି ଖୁସି ବ୍ଯକ୍ତ କରିଛନ୍ତି । ଅପରାହ୍ନ ରେ ବ୍ଲକ ଠାରେ ଅନୁଷ୍ଠିତ ସଭାରେ ଯୋଗଦେଇ ବିଭିନ୍ନ ସ୍ବୟଂସହାୟକ ଗୋଷ୍ଠୀକୁ ଦିଆଯାଇଥିବା ଲୋନ ଉପରେ ସମିକ୍ଷା କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା, ବିଡିଓ ଶିତଲ ଅଗ୍ରୱାଲ, ଡିପିଏମ ଦିପକ୍ ବେଉରିଆ, ବିପିସି ରଶ୍ମିତା ଇନ୍ଦ୍ରଜିତ ଓ ମିଶନ ଶକ୍ତିର ସଭାପତି କବିିତା ମହାପାତ୍ର ସମ୍ପାଦିକା ବେବିନା ତ୍ରିପାଠୀ ଉପସ୍ଥିତ ଥିଲେ । ବକ୍ସିପାତ୍ର ନିର୍ମାଣାଧିନ ଥିବା ମିଶନ ଶକ୍ତି ଭବନ, ମିଶନ କାଫେ ବୁଲି ଦେଖିଥିଲେ ।

ଖୋର୍ଦ୍ଧା ଜିଲ୍ଲା ପ୍ରତିନିଧି ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ ରାଜେନ୍ଦ୍ର

Sunil Chandra Nayak

କଂଗ୍ରେସର ଅଭିଯୋଗ ପରେ ଜିଲ୍ଲାପାଳ ତିନୋଟି ବିଭାଗୀୟ ଅଧିକାରୀଙ୍କୁ ସାତ ଦିନ ମଧ୍ୟରେ ତଦନ୍ତ ରିପୋଟ ଦେବାକୁ ଚିଠି

Exemplar Social worker of our time : Mr.Daman Mohanty.

Sunil Chandra Nayak

Leave a Comment

error: Content is protected !!