ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡ଼ାରେ ବୋରଗୁଡ଼ାରପଞ୍ଚାନନଙ୍କ ମୃତ୍ୟୁ

ଗୋଳାମୁଣ୍ଡା/ଗୋଳାମୁଣ୍ଡା ବ୍ଲକରେନାଗ ସାପର ପଦୁର୍ଭାଵ ବଡ଼ିଛି, ଗତ କିଛି ଦିନ ତଳେ ଦେଝର ଗ୍ରାମରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା ବେଳେ ପୁଣି ସେହି ଭଳି ନାଗ ସାପ କାମୁଡିବାରେ ଆଉ ଜଣଙ୍କର ମୃତ୍ୟୁ ବରଣ ଘଟିଛି, ଯାହାକି ନାଗ ସାପର ବିଷ ଏଭଳି ପ୍ରଖର ଥିଲା ଯେ ଡାକ୍ତର ମଧ୍ୟ ହାର ମାନି ମୃତ୍ୟୁ ଘୋଷଣା କରିଛନ୍ତି, ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ,କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଦଶପୁର ଫାଣ୍ଡି ଅଧୀନରେ ଥିବା ବୋରଗୁଡା ଗ୍ରାମର ପଞ୍ଚାନନ ଭୋଇ(୫୦)ପିତା ମଧୁ ସୂଦନ ଭୋଇ ଜଣେ ଗରୀବ ପଛୁଆ ସଂପ୍ରଦାୟର ବ୍ୟକ୍ତି ଥିଲେ, ଓ ପରିବାରଙ୍କ ହର୍ତାକର୍ତା ଥିଲେ, ପରିବାର ବୋଇଲେ ନିଜେ ଓ ପତ୍ନୀ ଜୋସ୍ନା ଭୋଇ ଥିଲେ,ପୁଅ ଝିଅ ନାହି, ମୃତ୍ୟୁ ପରେ ଏବେ ଜୋସ୍ନାର ଆହା ସାହା ଭରସା କେବଲ ସମ୍ପର୍କୀୟ ଲୋକେ,ପ୍ରାପ୍ତ ସୂଚନାରୁ ଏହି ଯେ ଗତ ମଙ୍ଗଳବାର ଦିନ ରାତିରେ ଶୋଇଥିବା ସମୟରେ ବିଷାକ୍ତ ନାଗ ସାପ କାମୁଡି ଥିବାରୁ ତାଙ୍କୁ ଭବାନୀପାଟଣା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ନେଇଥିଲେ ଓ ଡାକ୍ତରଙ୍କ ଅନେକ ପ୍ରକାର ଚିକିତ୍ସା କରିଥିଲେ ମଧ୍ୟ ପରିଶେଷରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ, ଏବଂ ଶବ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଥିଲେ, ହେଲେ ତାଙ୍କର ସ୍ତ୍ର ଙ୍କ ମଧ୍ୟରେ ଉପାୟ ଶୂନ୍ୟ,ଯେ ହେତୁ ସ୍ବର୍ଗତ ପଞ୍ଚାନନ ଭୋରଣପୋଷଣ କରୁଥିଲେ, ସେ ଚାଲି ଯିବା ପରେ ତାଙ୍କର ସ୍ତ୍ରୀ ଜୋସ୍ନା ଙ୍କ ଚଳିବାରେ ବାଧାପ୍ରାପ୍ତ ଘଟିବ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି, ତେଣୁ ସରକାର ତାଙ୍କୁ ବିଧବା ଭତା, ଓ ବିପର୍ଯ୍ୟସ୍ତ ପାଣ୍ଠିରୁ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି,ଏଭଳି ଦୁଃଖଦ ଘଟଣା ଶୁଣି ବୋର ଗୁଡା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଲେଖ ସା ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ହରିଶ୍ଚନ୍ଦ୍ରଯୋଜନା ତରଫରୁ,୩୦୦୦(ତିନି ହଜାର ଟଙ୍କା)ଦଶାହ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଯୋଗାଇ ଦେଇଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

ମିଡଟାଉନ ର ୪୮ ତମ ଓ ଇନର ହୁଇଲ ର ୩୭ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

ବହଳଦା ଓ ରାଇରଙ୍ଗପୁର ଡାକ ଅଧିକାରୀ ମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଲୋକଙ୍କୁ ମିଳି ପାରୁନି ଉଚିତ ସେବା

Sunil Chandra Nayak

ଗୁରୁଦିବସ ଅବସରରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଏସଡିସି ଅଧ୍ୟକ୍ଷ ଶିବାଜୀ ମାଝୀ

masiha

Leave a Comment

error: Content is protected !!