ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ରହିଛି

ରାଜ୍ୟ ଗ୍ରାମାଞ୍ଚଳ ସାମ୍ୱାଦିକ ସଂଘର ବାର୍ଷିକ ଉତ୍ସବ

ଜୁନାଗଡ଼,୨୧/୪(ମ ନି ସ)ଅଞ୍ଚଳରେ ଘଟୁଥିବା ସମସ୍ତ ଘଟଣା ଦୁର୍ଘଟଣା ଗୁଡିକୁ ସାମ୍ୱାଦିକ ମାନେ ଟିକିନିଖି ଭାବେ ଉପସ୍ଥାପନ କରୁଛନ୍ତି। ବୈଦ୍ୟୁତିକ ଗଣମାଧ୍ୟମ ସହିତ ପ୍ରିଣ୍ଟ ଓ ଡିଜିଟାଲ ମିଡ଼ିଆରେ ଯେଉଁ ତଥ୍ୟ ରଖୁଛନ୍ତି ତାହା ଗ୍ରାମାଞ୍ଚଳରୁ ଆରମ୍ଭ କରି ସମସ୍ତଙ୍କ ଆସ୍ଥା ଭାଜନ ହେଉଛି। ତେବେ ସତ୍ୟ ସମ୍ବାଦ ଉପସ୍ଥାପନ କରୁଥିବା ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ତେରଛା ନଜର ରହୁଛି। କଳାହାଣ୍ଡି ଜିଲ୍ଲା ଚାରବାହାଲ ମଣ୍ଡି ପରିସରରେ ରାଜ୍ୟ ଗ୍ରାମାଞ୍ଚଳ ସାମ୍ୱାଦିକ ସଂଘ ପକ୍ଷରୁ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ପୁର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟ ସଂଘ ସଭାପତି ରବି ନାରାୟଣ ଚଲାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ମୁଖ୍ୟ ବକ୍ତା ଭାବେ ଜୁନାଗଡ ବିଡ଼ିଓ ଦୁଲାରାମ ମାରାଣ୍ଡି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଶାମୁକା ରାଣୀ କୁମାର, ପୁର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକଙ୍କ ସୁରକ୍ଷା ଓ ଅବଦାନ ଦିଗରେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲାର ସ୍ବାସ୍ଥ୍ୟ, ଶିକ୍ଷ୍ୟା, ଚାଷ ଓ ସାମ୍ବାଦିକତା ଦିଗରେ ଉଲ୍ଲେଖନୀୟ ଅବଦାନ ଥିବା ନରେନ୍ଦ୍ର ଖୀତି, ରବି ଶଙ୍କର ସୁନାନୀ, ଚକ୍ରଧର ନାଏକ, ସୁନ୍ଦର ମୋହନ ଛତ୍ରିଆ, ସୁବାସ ଚନ୍ଦ୍ର ବାଗ, ଶୋଭିତ ଗାନ୍ଧୀ, ଶରତ ଚନ୍ଦ୍ର ରାଉତ ବିକ୍ରମାଦିତ୍ୟ ଗାନ୍ଧୀ, ପ୍ରମୀତା ସିନ୍ଦୂର, ଲକ୍ଷ୍ମୀକାନ୍ତ ସିଂ, ତିର୍ଥରାଜ୍ ଦଳପତି, ଭଗବାନ ବେଣୁପାଣି, ଢ଼ଗମାଳି ନାଏକ, ଆଦିତ୍ୟ ସାହୁ, କୈଳାଶ ଛତ୍ରିଆ, ମୋହନ ସାଗର ଓ ହିମାଦ୍ରି ପୁଝାରୀ ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ପରମାନନ୍ଦ ଠାକୁର ମଞ୍ଚ ପରିଚାଳନା କରିଥିବା ବେଳେ ରାଜ୍ୟ ଉପସଭାପତି ଗଣେଶ ରାମ ବାଗ ଧନ୍ୟବାଦ୍ ଦେଇଥିଲେ। ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତୁଳସୀ ରାମ ଛତ୍ରିଆ, ନିକୁଞ୍ଜ ଚଲାନ, ସୁବୋଧ ରାଣା, ହେମନ୍ତ ପ୍ରସାଦ ନାଏକ, ଭୋକରଧନ ଧଙ୍ଗଡାମାଝି, କାହ୍ନୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଶ୍ବ ପରିବେଶ ସୁରକ୍ଷା ଦିବସ ଅବସରରେ ନିଶିଗନ୍ଧା ଭାଷା ପ୍ରତଷ୍ଠାନ “ପ୍ରକୃତି ମିତ୍ର” ଭାବରେ ପୁରସ୍କୃତ

DRM Inaugurates New Facility at Ultra Washtex Pvt. Ltd.

Sunil Chandra Nayak

ବାଟ ଗାଁ ସରପଞ୍ଚ ଦାୟିତ୍ଵ ତୁଲାଇଲେ ଅରୁଣ ପରିଡ଼ା

masiha

Leave a Comment

error: Content is protected !!