ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ମିଲେଟ ମିଶନ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା

ବିଜୁ ପଟ୍ଟନାୟକ ଇଣ୍ଡୋର ହଲ ଠାରେ ଗତ ରବିବାର ଦିନ କଳାହାଣ୍ଡି ବ୍ୟାଡମିଣ୍ଟନ ସଂଘ ର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ଓଡିଶା ମିଲେଟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂଜା ବର୍ମା ଏବଂ ଜିତୁ ନାୟକ ଙ୍କ ସଂଯୋଜନାରେ ଅନ୍ତର୍ଜାତୀୟ ମିଲେଟ ବର୍ଷ ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ହୋଇଯାଇଅଛି I ଏହି ଅବସରରେ ୧୩,୧୫ ଓ ୧୭ ବୟସର ପୁଅ ଓ ଝିଅ ମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ କ୍ରୀଡା ଏବଂ ଯୁବସେବା ବିଭାଗରେ କାର୍ଯ୍ୟରତ ଥିବା ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ଶୁଭ୍ରାଂଶୁ ମିଶ୍ର ଯୋଗ ଦେଇଥିବାବେଳେ ଅନ୍ୟାନ୍ୟ ଅତିଥିଗଣଙ୍କ ମଧ୍ୟରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ଜମ୍ମୁ କାଶ୍ମୀର ରେ ଆତଙ୍କବାଦୀ ମାନଙ୍କ ଦ୍ୱାରା ସହିଦ ହୋଇଥିବା ପାଞ୍ଚଜଣ ଯବାନ ଙ୍କ ଉଦ୍ଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା I ଏହାପରେ ଗ୍ରୀଷ୍ମ ବ୍ୟାଡ଼ମିଣ୍ଟନ ଶିବିର ଅତିଥି ମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା I ଶିବିର ପାଇଁ ଅନୁଭବି ଥିବା ନରେଶ ସୁନାନୀଙ୍କୁ ପ୍ରଶିକ୍ଷଣ ପାଇଁ ସଂଘ ପକ୍ଷରୁ ଦାୟିତ୍ୱ ଦିଆଯାଇଅଛି I ତାପରେ ଉପସ୍ଥିତ ଥିବା ଖେଳାଳି ବୃନ୍ଦ ଏବଂ ଅଭିଭାବକ ବୃନ୍ଦଙ୍କ ମଧ୍ୟରେ ମିଲେଟ ବାବଦରେ କୁଇଜ ପ୍ରତିଯୋଗିତା କରାଯାଇଥିଲା I ଏହାପରେ ପୁରସ୍କାର ବିତରଣ ଉତ୍ସବରେ କୁଇଜ ଏବଂ ବ୍ୟାଡ଼ମିଣ୍ଟନ ରେ ବିଜୟୀ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା I ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ଦୀପ ମିଶ୍ର ଏବଂ କୋସାଧ୍ୟକ୍ଷ୍ୟ ସରୋଜ ମହାରଣା ପରିଚାଳନା କରିଥିଲେ I ସଂଘ ରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାସ,ଉପସଭାପତି ସମୀର ସାହୁ, ଉପସଭାପତି ଅରୁଣ ରଥ, ମନୋଜ ପଣ୍ଡା, ରାହୁଲ ଗିଲ, ସାଇ ସିଂ ସାମନ୍ତ, ହେମନ୍ତ ମିଶ୍ର, ରଂଜିତ ସାହୁ, ପରେଶ ପ୍ରଧାନ, ଜିତେନ୍ଦ୍ର ମିଶ୍ର ଏବଂ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ I ପରିଶେଷରେ ସଭାପତି ପ୍ରଦୀପ ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ I

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଶିକ୍ଷକଙ୍କୁ ଅବସର କାଳୀନ ସମ୍ଭର୍ଦ୍ଧନା ବୈଠକ

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

ସୁନ୍ଦରଗଡ଼ ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଶାରିରୀକ ତଥା ମାନସିକ ସୁସ୍ଥତା ପାଇଁ ଯୋଗ ଅତ୍ୟନ୍ତ ଆବଶ୍ୟକ

masiha

Leave a Comment

error: Content is protected !!