ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷଣ ବ୍ୟବସ୍ଥା କୁ ନୂତନ ରୂପରେ ଶିକ୍ଷା ଦେବା ଉପରେ ତାଲିମ

ଡାବୁଗାଁ, ୨୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଓଡିଶା ଅନୁସୂଚିତ ଜାତି ଓ ଜନଜାତି ସ୍ଵତନ୍ତ୍ର ସଚିବଙ୍କ ନିର୍ଦେଶ କ୍ରମେ ଶିକ୍ଷା ବର୍ଷ ଆରମ୍ଭ ସମସ୍ତ ଶିକ୍ଷଣ ବ୍ୟବସ୍ଥା କୁ ନୂତନ ରୂପରେ ଶିକ୍ଷା ଦେବା ଉପରେ ଏକ ତାଲିମ ଶିବିର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଶିକ୍ଷା ମଣ୍ଡଳାଧିଶ କମଳାକାନ୍ତ ପ୍ରହରାଜ ଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପିୟରସ ଟିଚିଙ୍ଗ, ୯ ମ ଶ୍ରେଣୀ ଏସଏ -୨ ର ପ୍ରତ୍ୟେକ ବିଦ୍ୟାଳୟର ଫଳାଫଳକୁ ତର୍ଜମା, ଆଗାମୀ ଦିନରେ କିପରି ୧୦ମ ଶ୍ରେଣୀର ଫଳାଫଳ ଉତ୍ତମ ହୌପରିବା ସେଥିପ୍ରତି ଗୁରୁତ୍ଵ, ୱାଲ ମଗାଜିନ, ଟିଏଲଏମ ଓ ସ୍ମାଟ ଶ୍ରେଣୀର ବ୍ୟବହାର କୁ ଗୁରୁତ୍ଵ, ପ୍ରତ୍ୟେକ ବର୍ଷ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା କିପରି ଆୟୋଜନ କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବା, ବ୍ଲକ ସ୍ତରୀୟ ମଡେଲ ଟିଚିଙ୍ଗ ଦେବା ପାଇଁ ନିଷ୍ପତି, ବିଦ୍ୟାଳୟ ସ୍ତରୀୟ ଏଜୁକେଟର ଗ୍ରୁପ ମାଧ୍ୟମରେ କିପରି ଶିକ୍ଷଣ ହୋଇପାରିବ ଓ ଶିକ୍ଷାଦାନ ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା | ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଜବରଙ୍ଗପୁର ଜିଲା ଶିକ୍ଷା ନିରିକ୍ଷକ କୈଳାସ ଚନ୍ଦ୍ର ମହାରଣା, ନାଏକଗୁଡା ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସାଧୁରମ ଭତ୍ରା, ଡାବୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଆରତୀ ବିଶୋୟୀ, ଜଟାବାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ସଞ୍ଜୁକ୍ତା ଦାସ, ବଡମୋସିଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହୃଷୀକେଶ ମିଶ୍ର, ବଡଓଲମା ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ବେହେରା ଙ୍କ ସମେତ ଜିଲାର ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଶିକ୍ଷକ ମାନେ ଯୋଗ ଦେଇଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା ଟ୍ରକ, ଚାଳକ ଗୁରୁତର 

masiha

ଯଶିପୁର ଓ ରରୁଆଁ ବ୍ଲକର 192ଟି ଗ୍ରାମ ନିମନ୍ତେ ବୃହତ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ 

ଦୁଧରି ଠାରେ ବୁଡି ଥାକୁରାଣୀ ମା ମାଉଲି ଯାତ୍ରା ଆରମ୍ଭ ହୋଇ ଯାଇଛି 

masiha

Leave a Comment

error: Content is protected !!