ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀଶ୍ରୀ ଶନିଦେବଙ୍କ ୧୩ତମ ଜନ୍ମବାର୍ଷିକୀ ଉତ୍ସବ

ଢେଙ୍କାନାଳ, ୨୭/୪: ଢେଙ୍କାନାଳ ସହର ମାଣ୍ଡବାସାହି ଟାଉନ୍‌ପ୍ଲାନିଂ ଛକ ଠାରେ ଶ୍ରୀଶ୍ରୀ ଶନିଶ୍ଚରଦେବଙ୍କ ୧୩ତମ ଜନ୍ମବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଆଜି ଅପରାହ୍ନରେ ଶନିଶ୍ଚର ଦେବଙ୍କ ଘଟ ସ୍ଥାପନ ଉପଲକ୍ଷେ କଳସଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ୨୮ ତାରିଖ ଶୁକ୍ରବାର ସୂର୍ଯ୍ୟପୂଜା, ଅଗ୍ନିସ୍ଥାପନ ଓ ଗୀତାଯଜ୍ଞ ଅନୁଷ୍ଠିତ ହେବ । ୨୯ ତାରିଖ ଶନିବାର ତୋଟା ଓଷା, ମହାଯଜ୍ଞ ଓ ପୂର୍ଣ୍ଣହୁତି ଅନୁଷ୍ଠିତ ହେବା ସହିତ ସଂଧ୍ୟାରେ ପ୍ରସାଦସେବନ ଓ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ରହିଛି । ପୂଜକ ଦିବାକର ମିଶ୍ର, ନଗେନ୍ ନନା, ଶ୍ରୀବତ୍ସ ନନା, ଯଜ୍ଞେଶ୍ଵର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ପୂଜାକାର୍ଯ୍ୟ ସମାପନ କରିବେ । ଶେଷଦେବ ସାହୁ ଓ ତାଙ୍କ ସହଧର୍ମିଣୀ ସୁବିସ୍ତୀ କର୍ତା ଭାବେ ଉପସ୍ଥିତ ରହିବେ । କମିଟିର ସମସ୍ତ ସଦସ୍ୟ ଏହି ପୂଜାକାର୍ଯ୍ୟକୁ ସଫଳ ରୂପାୟନ କରିବା ପାଇଁ କହିଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଶ୍ରାବଣରେ ଶିବ ପୁରାଣ….  ଧର୍ମଗଡ଼ ଶ୍ୟାମ ପରିବାର ଦ୍ବାରା ଶିବ ପୁରାଣ କଥା ସାମୂହିକ ରୁଦ୍ରାଭିଷେକ

Sunil Chandra Nayak

ବାବା କଳ୍ପେଶ୍ବର ମନ୍ଦିର ଖେଜୁରିଆରେ କାଉଡିଆଙ୍କ ଭିଡ 

Sunil Chandra Nayak

ଖଣ୍ଡିଆ ଗୁଡା ବାଲିଯାତ୍ରା ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!