ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ଉପଲକ୍ଷେ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ବିଭାଗ ପକ୍ଷରୁ ବିଶ୍ଵ ପ୍ରାଣୀ ଚିକିତ୍ସା ଦିବସ ୨୮ ତାରିଖ ଦିନ ପାଳିତ ହୋଇଯାଇଛି। ଏ ଅବସରରେ ଜୟପାଟଣା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଅଧିନସ୍ଥ ତାଳପଦର ଗ୍ରାମ ଠାରେ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ୨୦୦ ଗାଈ ଗୋରୁ ଛେଳି ମେଣ୍ଢା ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ବିଭିନ୍ନ ପ୍ରକାରର ଔଷଧ ବିତରଣ କରାଯାଇଥିଲା। ଏହି ଶିବିର ରେ ଧର୍ମଗଡ଼ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମଧୁସୂଦନ ଦାସ, ଜୟପାଟଣା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଭକ୍ତ ଚରଣ ଦଲେଇ, ଜୟପାଟଣା ବ୍ଲକ ପୁର୍ବତନ ଅଧ୍ୟକ୍ଷ ତଥା ଅଞ୍ଚଳର ବରିଷ୍ଠ ସମାଜସେବୀ ବ୍ରଜେନ୍ଦ୍ର କୁମାର ପାଟ୍ଟଯୋଶୀ, ସରପଞ୍ଚ ଐଶର୍ଯ୍ୟ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ବହୁ ସଂଖ୍ୟାରେ ପ୍ରାଣୀ ପାଳକ ମାନେ ଉପସ୍ଥିତ ଥିବା ବେଳେ ଡାକ୍ତରଖାନା ର କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଗଣେଷ ପୂଜା ପାଇଁ ବି ସି ରୋଡ ଉତ୍ସବ ମୁଖର, ସେନସର ଦ୍ଵାରା କାନ ହଲୁଥିବା ବିଶେଷ ଆକର୍ଷଣ

masiha

ଶ୍ରୀରାମ ନବମୀ ପାଇଁ ଗ୍ରାମ ଉତ୍ସବମୁଖର

masiha

ନୂଆପଡ଼ାରେ ଡୁଡା ସମୀକ୍ଷା ବୈଠକ: ସହରାଞ୍ଚଳ ବିକାଶରେ ସ୍ୱଚ୍ଛତା, ରାଜସ୍ୱ ଆଦାୟ ଓ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!