ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ବାଣିଜ୍ୟ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟରେ ଚାଷୀ ଅସନ୍ତୋଷ

କାମାକ୍ଷାନଗର (ମନିସ )28/4/23 // କଙ୍କଡ଼ାହାଡ଼ ବିଦ୍ୟୁତ ସେକ୍ସନ ଅଧୀନରେ ଥିବା ଉଠା ଜଳସେଚନ ପ୍ରକଳ୍ପ କୁ ବିଦ୍ୟୁତ ବିଛିର୍ଣ୍ଣ ଯୋଗୁଁ ବହୁ ଫସଲ ନଷ୍ଟ ହେବାକୁ ଥିବା ବେଳେ ସଂପୃକ୍ତ ଚାଷୀ ଏବେ ଅସନ୍ତୋଷ ପ୍ରକାଶ ପାଇଛି l କଙ୍କଡ଼ାହାଡ଼ ବିଦ୍ୟୁତ ବିଭାଗ ଅଧୀନରେ ଥିବା ଭଣ୍ଡାରିଆ ୧ ଏବଂ ଭଣ୍ଡାରିଆ ୨ ଉଠା ଜଳସେଚନ ପ୍ରକଳ୍ପ କୁ ବିଦ୍ୟୁତ ବିଭାଗୀୟ ବାଣିଜ୍ୟ ଯନ୍ତ୍ରୀ ରାକେଶ ସାହୁ ଗତ ୭ ଦିନ ଧରି ବିଦ୍ୟୁତ ବିଛିର୍ଣ୍ଣ କରିଥିଲେ l ସଂପୃକ୍ତ ଚାଷୀ ବହୁ ଅନୁରୋଧ କଲେ ମଧ୍ୟ ଶ୍ରୀ ସାହୁ ସେଥିପ୍ରତି କୌଣସି ଗୁରୁତ୍ୱ ନ ଦେଇ ବାରମ୍ବାର ନିରାଶ କରିଥିଲେ l ଏଥିରେ ନିରାଶ ହୋଇ ସଂମ୍ପୃକ୍ତ ଚାଷୀ କାମାକ୍ଷାନଗରରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦେଖା କରିଥିଲେ l ଚାଷୀଙ୍କ ସମସ୍ତ କଥା ଶୁଣିବା ପରେ ସଂପୃକ୍ତ ବାଣିଜ୍ୟ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ନିର୍ଦେଶ ଦେଇଥିଲେ l ପ୍ରାୟ ଏକ ଘଣ୍ଟାମଧ୍ୟରେ ଉଠା ଜଳସେଚନ ପ୍ରକଳ୍ପ କୁ ବିଦ୍ୟୁତ ସଂଯୋଗ କରାଯାଇଥିଲା l କିନ୍ତୁ ଶ୍ରୀ ସାହୁଙ୍କ ମନମୁଖୀ କାର୍ଯ୍ୟ ରେ ଦୀର୍ଘ ୭ ଦିନ ଧରି ବିଦ୍ୟୁତ ବିଛିର୍ଣ୍ଣ ହୋଇଥିବା ପ୍ରକଳ୍ପ ଅଧୀନରେ ଫସଲ ବ୍ୟାପକ କ୍ଷତି ହୋଇଥିବାରୁ ଚାଷୀମାନେ ତୁରନ୍ତ ଶ୍ରୀ ସାହୁଙ୍କୁ ଉକ୍ତ ସ୍ଥାନରୁ ଅପସାରିତ କରିବାକୁ ଦାବି କରିଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସାପ କାମୁଡାରେ ଗୁରୁତର ବ୍ୟକ୍ତିଙ୍କ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ

ରାୟଗଡା ସିଜିମାଳି ପାହାଡ଼ରେ ମଧ୍ୟରାତ୍ରୀ ପୋଲିସ ଆକ୍ରମଣ: ଆଦିବାସୀଙ୍କ ଘର ଭାଙ୍ଗି,ମହିଳାଙ୍କୁ ନିର୍ଯାତନା ଘଟଣା ରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି.

Sunil Chandra Nayak

ପରିବହନ ଯୁଗ୍ମ ସମନ୍ଵୟ କମିଟି ପକ୍ଷରୁ ସାଂସଦ ଦିଲ୍ଲୀପ ରାୟଙ୍କୁ ଭେଟିବା ସହିତ ସମସ୍ଯା ନେଇ ଆଲୋଚନା

Leave a Comment

error: Content is protected !!