ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ୫-ଏନଆଇଏସଏମ ଫାଇନାସିଆଲ ଲିଟ୍ରେସୀ ଫର ୟୁଥ ର ଏକ ୧୦ ଘଣ୍ଟିଆ ସେମିନାର

ଡାବୁଗାଁ, ୧୧/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଭୈରବ ସ୍ନାତକ ମହାବିଦ୍ୟାଳୟ ଠାରେ ୫-ଏନଆଇଏସଏମ ଫାଇନାସିଆଲ ଲିଟ୍ରେସୀ ଫର ୟୁଥ ତରଫରୁ ଅର୍ଥନୀତିକ ବିଭାଗ ଓ ଏହାର ବିକାଶ ପାଇଁ ଯୁବ ଶକ୍ତିର ଶିକ୍ଷଣୀୟ ଦାୟୀତ୍ଵ ଉପରେ ଏକ ୧୦ ଘଣ୍ଟିଆ ସେମିନାର ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ତଥା ଏହି ବିଭାଗର ମୁଖ୍ୟ ପରିଚାଳକ ଭାବେ ନବରଙ୍ଗପୁର ସ୍ନାତକ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗର ପ୍ରଫେସର ଦିଲୀପ କୁମାର ହୋତା ପରିଚାଳନା କରୁଛନ୍ତି । ଏହି କାର୍ଯ୍ୟକ୍ରମ ଟି କେନ୍ଦ୍ର ସରକାରଙ୍କ ଏକ ପ୍ରକଳ୍ପ ଦ୍ଵାରା ଆରମ୍ଭ ହୋଇଛି । ଏଥିରେ କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ମହାବିଦ୍ୟାଳୟ ବିଭାଗୀୟ ସଂଯୋଜକ ମହେନ୍ଦ୍ର ଦେବରପଲ୍ଲୀ ଓ ଛାତ୍ରୀ ଛାତ୍ର ମାନଙ୍କ ତରଫରୁ ସଂଯୋଜକ ଭାବେ ନରସିଂହ ଗଣ୍ଡ ଙ୍କୁ ଦାୟୀତ୍ଵ ଦିଆଯାଇଛି । ଯେଉଁଥିରେ ଦେବରପଲ୍ଲୀ ଗୁଗୁଲ ଫର୍ମ ମାଧ୍ୟମରେ ୫୦ ଜଣ ଛାତ୍ରୀ ଛାତ୍ର ମାନଙ୍କ ନାମ ପଞ୍ଜିକରଣ କରେଇଥିଲେ । ଏକ ୱାଟସଆପ ଗୃପ ମଧ୍ୟ କରାଯାଇଛି । ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ଏକ ପ୍ରି-କୁଇଜ ପ୍ରତିଯୋଗୀତା ମଧ୍ୟ କରାଯାଇଛି, ଯାହାଦ୍ୱାରା ସେମାନଙ୍କୁ ପ୍ରମାଣପତ୍ର ମଧ୍ୟ ମିଳିବ। ଏହି କାର୍ଯ୍ୟକ୍ରମ ଟି ୮ ତାରିଖରୁ ୧୨ ତାରିଖ ମଧ୍ୟରେ ସମ୍ପୁର୍ଣ୍ଣ ୧୦ ଘଣ୍ଟିଆ ସେମିନାର ହେବ ବୋଲି କାର୍ଯ୍ୟକାରୀ ପରିଚାଳକ ସୂଚନା ଦେଇଛନ୍ତି । ସେମିନାର ଆରମ୍ଭ ରେ ଛାତ୍ରୀ ଛାତ୍ର ମାନଙ୍କୁ ପେନ୍ ଏବଂ ଖାତା ବଣ୍ଟନ କରାଯାଇଥିଲା । ମୁଖ୍ୟବକ୍ତା ଭାବେ ହୋତା ନବରଙ୍ଗପୁର ସମ୍ପୂର୍ଣ୍ଣ ଅର୍ଥନୀତି ଦୁର୍ବଳ ଥିବା ଏକ ଜିଲା ଅର୍ଥାତ ଆମେ ଶିକ୍ଷିତ ହେଲେ ସୁଦ୍ଧା ଆର୍ଥିକ କ୍ଷେତ୍ରରେ ଅଶିକ୍ଷିତ ବୋଲି କହିଛନ୍ତି । ଯାହା ଆଜି ଜିଲାରେ ଅର୍ଥନୀତି ର ବିକାଶ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା କରାଯାଇ ନବରଙ୍ଗପୁର ଜିଲା କୁ ବିକାଶ ର ଲକ୍ଷ୍ୟରେ ସବୁବେଳେ ଚେଷ୍ଟିତ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି । ପ୍ରୋଜେକ୍ଟର ରେ ସୁନ୍ଦର ଶିକ୍ଷ୍ୟା ମଧ୍ୟ ଦିଆଯାଇଛି । ମୁଖ୍ୟ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଅର୍ଥନୀତି ବିଭାଗୀୟ ମୁଖ୍ୟ ଶଙ୍କର ପ୍ରସାଦ ଗନ୍ତାୟତ ନବରଙ୍ଗପୁର ଭଳି ପଛୁଆ ଜିଲାରେ ଅର୍ଥନୀତି ର ବିକାଶ ପାଇଁ ଯୁବ ଶକ୍ତି ସବୁବେଳେ ଚେଷ୍ଟିତ ଏଥି ସହିତ ସରକାର ଯୁବ ଶକ୍ତି କୁ ଉତ୍ସାହିତ କରିବା ପାଇଁ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିବା ସହ ଏହି ଜିଲାର ବିକାଶ ପାଇଁ ବିଭିନ୍ନ ଅର୍ଥନୀତି ବିଷୟ ବସ୍ତୁ ଉପରେ ବିଭିନ୍ନ ସଚେତନ କାର୍ଯ୍ୟକ୍ରମ କରିବା ଦରକାର ବୋଲି କହିଥିଲେ । ଏଥିରେ ଅର୍ଥନୀତି କ ବିନିଯୋଗ, ବୀମା, ସଞ୍ଚୟ ଓ ଅର୍ଥନୀତିର ବିକାଶ ପାଇଁ ବିଭିନ୍ନ ସରକାରଙ୍କ ସ୍କିମ୍ ଗୁଡ଼ିକ ଉପରେ ଶିକ୍ଷ୍ୟା ଦିଆଯାଉଛି। ଶ୍ରୀ ଦେବରପଲ୍ଲୀ ନିଜ ବକ୍ତବ୍ୟରେ କହିଲେ ଏହା ସମ୍ପୂର୍ଣ୍ଣ ଅର୍ଥନୀତି ର ବିକାଶ ପାଇଁ ଗୋଟିଏ ମାଧ୍ୟମ ବୋଲି କହିବା ସହ ଏହା ମଧ୍ୟ ଏକ ପ୍ରକାର ସଚେତନ ମୂଳକ କାର୍ଯ୍ୟକ୍ରମ ବୋଲି ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଭୈରବ ମହାବିଦ୍ୟାଳୟ ର ଅଧନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା ଓ ଇତିହାସ ବିଭାଗୀୟ ମୁଖ୍ୟ ପୁଷ୍ପାଞ୍ଜଳି ସାହୁ ଓ ଓଡ଼ିଆ ବିଭାଗୀୟ ମୁଖ୍ୟ ଚନ୍ଦନା ପଣ୍ଡା, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ମର୍ଦ୍ଧକ୍ଷ ନାୟକ ଓ ପାଠାଗାର ପରିଚାଳକ ପଞ୍ଚାନନ ପୂଜାରୀ ଓ କନିଷ୍ଠ କିରାଣି ବିଦ୍ୟାଧର ମାଝୀ ଯୋଗ ଦେଇଥିଲେ ଏଥି ସହ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସହ ଛାତ୍ରୀ ଛାତ୍ର ମାନେ ଉପସ୍ଥିତି ଥିଲେ। ଅର୍ଥନୀତି ଅଧ୍ୟାପକ ସନ୍ୟାସୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଐତିହାସିକ ପୀଠ ପୋଡ଼ାଗଡ ରାସ୍ତା ହୋଇଛି ରାସ୍ତାରୋକ

Sunil Chandra Nayak

ପରିବେଶର ସୁରକ୍ଷା ଓ ପ୍ଲାଷ୍ଟିକ ବର୍ଜନ ନେଇ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!