ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚିଟ୍ ଫଣ୍ଡ ଠକେଇ ମାମଲାରେ ବନ୍ଧୁଗାଁ ପୋଲିସ ଦ୍ବାରା ପରିବାରର ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ 

କୋରାପୁଟ ଜିଲ୍ଲା ମାଓ ଅଧ୍ୟୁଶିତ ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକର ସାନସରପାଲ୍ଲୀ ଗ୍ରାମ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଗତ ତିନି ବର୍ଷ ଧରି ଅଞ୍ଚଳରେ ଚିଟ୍ ଫଣ୍ଡ ଟଙ୍କା ବାନ୍ଧିଲେ ଡବଲ ହେବା ନାମରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ , କିନ୍ତୁ ଯେଉଁ ସମୟ ସୀମା ଦେଇଥିଲେ ସେହି ସମୟରେ ଟଙ୍କା ଫେରସ୍ତ ନହେବାରୁ ଗତ ୮ ତାରିଖ ଦିନ ବନ୍ଧୁଗାଁ ବ୍ଲକ କାର୍ଯ୍ୟାଳୟ ଠାରେ କୋରାପୁଟ ଜିଲ୍ଲାପାଳଙ୍କ ମିଲିତ ଅଭିଯୋଗ ଠାରେ କୋରାପୁଟ ଏସପି ଉପସ୍ଥିତରେ ଜମାକାରୀ ଫେରାଦ ଅଭିଯୋଗ କରିଥିବାରୁ ସଙ୍ଗେ ସଙ୍ଗେ ଏସପି ନିର୍ଦେଶ କ୍ରମେ ବନ୍ଧୁଗାଁ ଥାନା ପୋଲିସ ଚିଟ୍ ଫଣ୍ଡ ଟଙ୍କା ଆଦାୟ କରୁଥିବା ମମତା ଦେବପଲ୍ଲି, ସ୍ଵାମୀ ଦାନା କାଲପା, ବାପା ନାଗା ଦେବପଲ୍ଲି, ବନ୍ଧୁଗାଁ ଥାନା କାଯ୍ୟରତ ଗୃହରକ୍ଷୀ ଦାଦା ଗୁରୁନାଥ ଦେବପଲ୍ଲି, ଭାଇ ନକୁଳ ଦେବପଲ୍ଲି ଉଠାଇ ନେଇ ଦୀର୍ଘ ପାଞ୍ଚ ଦିନ ବନ୍ଧୁଗାଁ, ନାରାୟଣପାଟଣା ଓ ଲକ୍ଷ୍ମୀପୁର ଥାନା ରକ୍ଷୀ ପଚାରାଉଚାରା କରି ଟଙ୍କା ନେଇ କ’ଣ କ’ଣ କରିଛନ୍ତି ତା ଉପରେ ଅଭିଯୁକ୍ତ ମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରି ନାରାୟଣପାଟଣା ଓ ବନ୍ଧୁଗାଁ କିଛି ବ୍ୟବସାୟୀ ମାନଙ୍କୁ ଥାନାକୁ ଡ଼ାକି ତାଙ୍କ ପାଖରେ ଯେଉଁ ସୁନା ଗହଣା ରଖିଥିଲେ ତାହା ସଂଗ୍ରହ କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ପୋଲିସ ଚିଟ୍ ଫଣ୍ଡ ସଂଗ୍ରହ କାରୀ ମାନଙ୍କ ଠାରୁ ୬ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜବତ କରିଥିବା ଜଣାପଡିଛି। ୫ ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଅଭିଯୁକ୍ତ କାରୀ ମାନଙ୍କ ତରଫରୁ ଲକ୍ଷ୍ମୀପୁର କୋର୍ଟର ବରିଷ୍ଠ ଆଇନଜୀବି ସତ୍ୟନାରାୟଣ ଖରା ଲକ୍ଷ୍ମୀପୁର କୋର୍ଟରେ ବେଲ୍ ପାଇଁ ଆବେଦନ କରିବା ସହ ତାଙ୍କ  ଅଭିଯୁକ୍ତ ମାନଙ୍କୁ ପୋଲିସ ନିୟମ ଉଲ୍ଲଙ୍ଘନ କରି ଭାରତ ସର୍ବଚ୍ଚ ନ୍ୟାୟାଳୟ  ୨୦୧୪ରେ ଯେଉଁ ସିଆରପିସି ଆଇନ୍ ଆଣିଛନ୍ତି ତାକୁ ପାଳନ କରାଯାଇ ନଥିବା ଏପରିକି ଥାନାରେ ପାଞ୍ଚ ଦିନ ଧରି ଆସାମୀ ମାନଙ୍କୁ ପୋଲିସ ରଖିଲେ ବୋଲି କୋର୍ଟରେ ଅଭିଯୋଗ ଆଣିଥିଲେ , ଏହାକୁ ଲକ୍ଷ୍ମୀପୁର କୋର୍ଟ ହୃଦୟଙ୍ଗମ କରି ବିଚାରକୁ ନେଇ ଥିବା ବରିଷ୍ଠ ଆଇନଜୀବି ସତ୍ୟନାରାୟଣ ଖରା ପ୍ରକାଶ କରିବା ସହ  ଅଭିଯୁକ୍ତ ମାନଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି କହିଛନ୍ତି ଏନେଇ ଆମେ ଲକ୍ଷ୍ମୀପୁର ଏସଡ଼ିପିଓ ଅଶ୍ଵିନ କୁମାର ନାୟକ ପଚାରିବାରୁ ସେ ସାମ୍ବାଦିକ ପ୍ରଶ୍ନକୁ ଏଡେ଼ଇ ଚାଲିଯାଇଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ, ଜଣେ ଗିରଫ

ଚିତାବାଘ ଛାଲ ସହ ବନ୍ଧୁକ ଜବତ: ଜଣେ ଗିରଫ

masiha

ନିଖୋଜ ବୃଦ୍ଧର ଗଳିତ ଝୁଲନ୍ତା ଶବ କାଜୁ ଜଙ୍ଗଲରୁ ଉଦ୍ଧାର, ପୋଲିସର ତଦନ୍ତ ଜାରି

masiha

Leave a Comment

error: Content is protected !!