ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ଚାଉଳ ଲୁଟ୍‌ ଅଭିଯୋଗ : ତଦନ୍ତ ଦାବୀ 

କନ୍ଧମାଳ,19/05/23(ମନିସ): କନ୍ଧମାଳ ଜିଲାରେ ହିତାଧିକାରୀଙ୍କ ଚାଉଳ ହେରଫେର ହେଉଥିବା ଅଭିଯୋଗ ହୋଇଛି। ବିଗତ ଦିନରେ କୁଟିଆ କନ୍ଧଙ୍କ ଚାଉଳ ହରିଲୁଟକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଥିଲା। ଘଟଣାକୁ ଚପାଇ ଦେବାକୁ ସେତେବେଳେ ବେଶ ଉଦ୍ୟମ କରାଯାଇଥିଲା। ଆଜି ପର୍ଯ୍ୟନ୍ତ ସେହି ଘଟଣାର ତଦନ୍ତ ଶେଷ ହେଉନି। ସେହିଭଳି ଆଉ ଏକ ଖବର କନ୍ଧମାଳ ଜିଲାର ଫିରିଙ୍ଗିଆ ବ୍ଲକ କାଶିନିପଦର ପଞ୍ଚାୟତରେ ଦେଖିବାକୁ ମିଳିଛି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜଣେ ହିତାଧିକାରୀଙ୍କୁ ମିଳୁଥିବା ୫ କେଜି ଚାଉଳ ପରିବର୍ତ୍ତେ ୩ କେଜି ଚାଉଳ ଦିଆଯାଉଛି। ଏତେ କମ ଚାଉଳ କାହିଁକି ଦିଆଯାଉଛି ପଚାରିଲେ ଚାଉଳ କମ ଆସୁଛି ବୋଲି ଉତ୍ତର ଦିଆଯାଉଛି, ଯାହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପାଖାପାଖି ଏ ପର୍ଯ୍ୟନ୍ତ ୭୨ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଚାଉଳ ହେରଫେର ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି, ଯାହାର ଆନୁମାନିକ ମୂଲ୍ୟ ବଜାରରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ହେବ। ଉକ୍ତ ପଞ୍ଚାୟତରେ ଚାଉଳ ବାଣ୍ଟିବା ଦାୟିତ୍ୱରେ ଯୋଗାଣ ସହାୟକ ଅଛନ୍ତି। ଲୋକେ ତାଙ୍କୁ ଅଭିଯୋଗ କରିବାରୁ ସରକାର ୭୧ କୁଇଣ୍ଟାଲ ଚାଉଳ କାଟି କରି ଦେଇଥିବା କହୁଛନ୍ତି l କାହିଁକିି କଟାଯାଇଛି କହିଲେ କିଛି ଉତ୍ତର ରଖୁନାହାଁନ୍ତି l ସରକାରଙ୍କ କ’ଣ ନିର୍ଦ୍ଦେଶ ରହିିଛି ଚାଉଳ କାଟିବାକୁୁ ନେଇ ବାରମ୍ବାର ଲୋକେ ପଚାରିବାରୁ ସେ ଏକ ଚିଠି ଦେଖାଉଛନ୍ତି l ଯେଉଁଥିରେ ପଞ୍ଚାୟତରେ ପୂର୍ବରୁ ୭୧ କୁଇଣ୍ଟାଲ ଚାଉଳ ଷ୍ଟକ ଥିବା ଦର୍ଶାଯାଇଛି l ଯଦି ପୂର୍ବରୁ ଷ୍ଟକ ଥିଲା, ତାହାଲେ ସେ ଚାଉଳ କୁଆଡେ ଗଲା ବୋଲି ଲୋକେ ପ୍ରଶ୍ନ କରିଛନ୍ତି। ପୂର୍ବରୁ ଚାଉଳ ଠିକ୍‌ ଦିଆଯାଉଥିଲା l ଆଜକୁ ୩ ମାସ ହେଲା ଚାଉଳ କାଟି ଦିଆଯାଉଛି। ପଚାରିଲେ ସରକାର କାଟିଛନ୍ତି ବୋଲି କୁହାଗଲା। ପରେ ଆମେ ଜାଣିବାକୁ ପାଇଲୁ କି ମାର୍ଚ୍ଚ ମାସ ସୁଦ୍ଧା ପଞ୍ଚାୟତରେ ପାଖାପାଖି ୭୨ କୁଇଣ୍ଟାଲ ଚାଉଳ ଷ୍ଟକ ଥିଲା। ସେଥିପାଇଁ ମାର୍ଚ୍ଚ ପରଠାରୁ ପଞ୍ଚାୟତକୁ ଯେତିକିି ଚାଉଳ ଆସିବା କଥା ସେଥିରୁ ୭୨ କୁଇଣ୍ଟାଲ ଚାଉଳ କାଟି କରି ମିଳିଲା। ତେଣୁ ଏହି ଚାଉଳକୁ ଆତ୍ମସାତ କରଯାଇଛି। ଲୋକଙ୍କୁ ଭୁଆଁ ବନାଇବାକୁ ଚେଷ୍ଟା କରାଯାଇ ଚାଉଳ କାଟି ଦିଆଯାଉଛି। ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାମାଜିକ କର୍ମୀ କେଶବ ଦିଗାଲ ପ୍ରକାଶ କରିଛନ୍ତି। ଯୋଗାଣ ସହାୟକ ଭୋଳାନାଥ ପ୍ରଧାନଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି l ଏଣୁ ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

କନ୍ଧମାଳ ଜିଲ୍ଲା ପ୍ରତିନିଧି ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

“Fake Caste Certificates Rob Constitutional rights of SCs & STs..MP Niranjan Bishi Demands Crackdown”

Sunil Chandra Nayak

ଶମ୍ଭୁ ଚନ୍ଦନ ଙ୍କ ଅକସ୍ମାତ ବିୟୋଗ ରେ ଶୋକ ବାର୍ତ୍ତା 

masiha

ବସନ୍ତ ମଲ୍ଲିକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

Leave a Comment

error: Content is protected !!