ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ସଶସ୍ତ୍ର ଡକାୟତି , ଆଲମାରୀ ଭାଙ୍ଗି ୬ଲକ୍ଷ ଟଙ୍କା ସହ ଲୁଟିନେଲେ ସୁନାଗହଣା

କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଜଗନ୍ନାଥ ପଡ଼ାରେ ରେ ଡକାୟତି ହୋଇଥିବା ଜଣାପଡିଛି।ସୂଚନା ଅନୁଯାୟୀ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟି ସୁବାଷ ଅଗ୍ରୱାଲ ଙ୍କ ଘରେ ଗତ ବିଳମ୍ବିତ ରାତିରେ ମାରଣାସ୍ତ୍ର ଦେଖାଇ ସଶସ୍ତ୍ର ଡକାୟତି ହୋଇଛି।ପରିବାର ଲୋକଙ୍କ କହିବା ଅନୁଯାୟୀ ବିଳମ୍ବିତ ରାତିରେ ପ୍ରାୟ ୯ ଜଣ ଦୁର୍ବୁତ୍ତ ଘରକୁ ପସି ଆସି ମାରଣାସ୍ତ୍ର ଦେଖାଇ ପରିବାର ସମସ୍ତ ସଦସ୍ୟ ଙ୍କୁ ବାନ୍ଧି ଦେଇ ଘରେ କଳାକାନା ବୁଲାଇଛନ୍ତି ଡକାୟତ।ଘରେ ଥିବା ଆଲମାରୀ ଭାଙ୍ଗି ପ୍ରାୟ ୬ ଲକ୍ଷ ନଗଦ ଟଙ୍କା ଓ ସୁନାଗହଣା ନେଇ ଚମ୍ପଟ ମାରିଥିବା ଜଣାପଡିଛି।୯ ଜଣ ଡକାୟତ ହିନ୍ଦୀ ଓ ବିହାରୀ ଭାଷାରେ କଥାବାର୍ତ୍ତା କରୁଥିବା ପରିବାର ଲୋକେ ସୂଚନା ଦେଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତକାନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗଞ୍ଜେଇ ଜବତ ୧ ଗିରଫ 

Sunil Chandra Nayak

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା  ଅଭିଯୁକ୍ତଙ୍କ ଦ୍ୱାରା ସିନ ରିକ୍ରିଏସନ କରେଇଲା ପୁଲିସ  ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ 

Sunil Chandra Nayak

ପୁର୍ବ ଶତୃତାକୁ କେନ୍ଦ୍ର କରି ବୃଦ୍ଧ କୁ ଭୁଜାଲି ମାଡ଼

Leave a Comment

error: Content is protected !!