ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଗାୟତ୍ରୀ ସିଂହ ଙ୍କ କବିତା = ଦେବସ୍ନାନ ପୂର୍ଣ୍ଣିମା

ଦେବସ୍ନାନ ପୂର୍ଣ୍ଣିମା

ରତ୍ନବେଦୀ ଛାଡି ସ୍ନାନବେଦୀ ରେ
ବିଜେ ଚତୁର୍ଦ୍ଧା ବିଗ୍ରହ
ଗଜାନନ ବେଶେ ଦରଶନ ଦେବେ
ଛୁଟିଛି ଭକ୍ତ ଙ୍କ ସୁଅ ।
ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ଦେବସ୍ନାନ ପୂର୍ଣ୍ଣିମା
ହୋଇଥାଏ ପାଳନ
ସୁନା କଳସ ରେ ସୁବାସିତ ଜଳେ
ସ୍ନାନ ଲୀଳା ସମାପନ ।
ଶହେ ଆଠ ଗରା ଦାରୁ ଦିଅଁ ସ୍ନାନ
ଜ୍ୱର ରେ ପୀଡିତ ହୋଇ
ଦଇତାପତି ଙ୍କ ସେବାକାର୍ଯ୍ୟ ବଢେ
ପ୍ରଭୁ ତୁମେ ଭାବଗ୍ରାହୀ ।
ପଟି ମୂର୍ତ୍ତି ସ୍ଥାପି ଆରାଧନା ବିଧି
ନେତ୍ରୋତ୍ସବ ଆଗମନ
ସେ ପନ୍ଦର ଦିନ ଭକତ କରଇ
ଅଲାରନାଥ ଦର୍ଶନ ।

ଗାୟତ୍ରୀ ସିଂହ

ଆଠମଲ୍ଲିକ
ଅନୁଗୁଳ

Related posts

କବିତା – ବନ୍ଦେ ହିନ୍ଦୁସ୍ତାନ 

masiha

ମିନତି ଦାଶ ଙ୍କ କବିତା = ବସନ୍ତ

Sunil Chandra Nayak

କବୟିତ୍ରୀ ବୈଜୟନ୍ତୀ ପଟ୍ଟନାୟକଙ୍କ କବିତା ପୁସ୍ତକ “କଳ୍ପିତ ସ୍ୱପ୍ନ”ବିଷୟରେ କେଇପଦ ପାଠକୀୟ ମତାମତ

Sunil Chandra Nayak

Leave a Comment

error: Content is protected !!