ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକୃତି ପ୍ରେମୀ ପାଳିଲେ ବିଶ୍ଵ ପରିବେଶ ଦିବସ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତା କୁସୁର୍ଲା (ହଜାରୀପଡା) ଗ୍ରାମରେ କଳାରୁଦ୍ର ଯୁବକ ସଂଘ ଓ ରାମଜୀ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରକୃତି ପ୍ରେମୀ ଶ୍ରୀମାନ୍ ସନତ କୁମାର ସାହୁଙ୍କ ବାଡିବଗିଚାରେ କିଛି ବୃକ୍ଷ ରୋପଣ କରି ବିଶ୍ୱ ପରିବେଶ ଦିବସ ପାଳନ କରିଛନ୍ତି l ବୃକ୍ଷ ଆମ ମନୁଷ୍ୟ ସମାଜ ତଥା ପୃଥିବୀରେ ବସବାସ କରୁଥିବା ସମସ୍ତ ପ୍ରାଣୀ ମାନଙ୍କ ପାଇଁ କେତେ ମୂଲ୍ୟବାନ ତାହା କହିଲେ ନସରେ l ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାକୁ ହେଲେ ଆସନ୍ତୁ ଆମେ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରି ସମାଜକୁ ସୁସ୍ଥ ଓ ମୁକ୍ତ ଅମ୍ଳଜାନ ପ୍ରଦାନ କରିବାରେ ହାତ ମିଳାଇବା l ଯଦି ଆମେ ସମସ୍ତେ ଗଛ ନ କାଟି ପ୍ରଚୁର ପରିମାଣରେ ଗଛ ଲଗାଇବା ତାହା ହେଲେ ଆମକୁ ହୁଏତ ଘରେ ଆଉ ପଙ୍ଖା, କୁଲର ଓ ଏସି ବ୍ୟବହାର କରିବାବୁ ପଡିବ ନାହିଁ l ଆମ ପରିବେଶ କୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ l ବୃକ୍ଷ ହିଁ ଜୀବନ ବୃକ୍ଷ ଅଛିତ ଜୀବନ ଅଛି ବୋଲି ଶ୍ରୀ ସାହୁ ଲୋକମାନଙ୍କୁ ସଚେତନ କରିବା ସହ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ଶପଥ ପାଠ କରିଥିଲେ l ପରେ ଶ୍ରୀ ସନତ କୁମାର ସାହୁଙ୍କୁ ଅତିଥିମାନେ ପ୍ରକୃତି ପ୍ରେମୀ ଭାବରେ ସମ୍ମାନିତ କରିଥିଲେ l ଶ୍ରୀ ସାହୁ ହେଉଛନ୍ତି ‘√ପିତା ଧନପତି ସାହୁ ଓ ମାତା ଯୌବନି ସାହୁ ସୁପୁତ୍ର ଙ୍କୁ ସମ୍ମାନିତ କରିଥିବାରୁ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ଶ୍ରୀମତୀ ମାହେନ୍ଦ୍ରି ସାହୁ କେସିଙ୍ଗା ଜୋନ(୧) ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ, ଟୁକୁ ଚନ୍ଦ୍ର ସାହୁ (ଆଧ୍ୟାତ୍ମିକ ଲେଖକ), ଟିକେମନ ଦୀପ (ଆଇନଜୀବୀ), ରାଜକୁମାରୀ ସରାପ (ସାମାଜିକ କର୍ମୀ ), ଦେବାନନ୍ଦ ସରାପ (ଯୁବ ସଂଗଠକ), ସାରଦା ନାଏକ ସମାଜସେବୀ, କୁସୁର୍ଲା (ହଜାରୀପଡା) ଗାଁ ଗୌନ୍ତିଆ କୈଳାଶ ଚନ୍ଦ୍ର ସାହୁ, ରୋମାଞ୍ଚଳ ସାହୁ, ଠାକୁର ସାହୁ, ନୀଳକଣ୍ଠେଶ୍ଵର ସାହୁ, ତୁଷ୍ମନ୍ତ ସାହୁ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଆସିକା ଶାସ୍ତ୍ରୀନଗରର ପରୋପକାରୀ ମହିଳା କୃଷ୍ଣପ୍ରିୟାଙ୍କ ଦେହାନ୍ତ

Sunil Chandra Nayak

ପ୍ରକାଶ ପାଇଲା ବେଦପୁରାଣ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫଳାଫଳ, ପ୍ରଥମ ସ୍ଥାନରେ ସୁନିତା ଦାଶ

masiha

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଣ୍ଟନ, ରାୟଗଡ଼

masiha

Leave a Comment

error: Content is protected !!