ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଓଡ଼ିଆ ଚଳଚ୍ଚିତ୍ର ନାୟିକା ସୂର୍ଯ୍ୟମୟୀଙ୍କ ଦ୍ୱାରା ରଜ ମହୋତ୍ସବ ୨୦୨୩ ଉଦଘାଟିତ

ରାଉରକେଲା: ଓଡ଼ିଶାର ଗଣ ପର୍ବ ରଜ ପର୍ବ ରାଉରକେଲା ସହରରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ପାଳିତ ହେଉଥିବା ବେଳେ ରାଉରକେଲା ସ୍ପୋର୍ଟସ ଆସୋସିଏସନର ମହିଳା ଶାଖା ତଥା ସହରର ଅଗ୍ରଣୀ ମହିଳା ଅନୁଷ୍ଠାନ ଦ ପିଙ୍କ ଏକ ନିଆରା ଢଙ୍ଗରେ ରଜ ମହୋତ୍ସବ ୨୦୨୩ ନାମରେ ଏକ ତିନିଦିନିଆ କାର୍ଯ୍ୟକ୍ରମ ଜଗଦା କମ୍ୟୁନିଟି ସେଣ୍ଟର ସାମ୍ନା ପଡ଼ିଆରେ ପ୍ରସ୍ତୁତ କରିଛି। ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଫିଲ୍ମର ଚୁଲବୁଲି ନାୟିକା ସୂର୍ଯ୍ୟମୟୀ ବୁଧବାର ସକାଳେ ଉଦଘାଟନ କରିଥିଲେ। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ନର ମଞ୍ଜିତ ସିଂ, ସମାଜସେବୀ ମାଲିନ୍ଦର କାଉର, ଦୀପିକା ମହିଳା ସଙ୍ଘତିର ଉପ ସଭାପତି ହର୍ଷିଲା ସୂର୍ଯ୍ୟବଂଶୀ ଅନ୍ୟତମ ଅଥିତି ଭାବେ ଯୋଗଦେଇ ଥିଲେ। ଆୟୋଜକ ମାନଙ୍କ ତରଫରୁ ଜନ ସାଧରଣଙ୍କ ମନୋରଞ୍ଜନ ଲାଗି ରଜ ଦୋଳି ଓ ବିଭିନ୍ନ ଖାଦ୍ୟ ପେୟର ଷ୍ଟଲ ଲଗା ଯାଇଛି। କୁନି କୁନି ଝିଅ ମାନଙ୍କ ବ୍ୟତୀତ ଅଥିତି ମାନେ ରଜ ଦୋଳିର ମଜା ନେଇଥିଲେ। ଏହି ଅବସରରେ, ରଜ ସଜବାଜ ପ୍ରତିଯୋଗିତା, ଓଡ଼ିଆ ପିଠା ପ୍ରତିଯୋଗିତା, ରଜ ପାନ ଭଙ୍ଗା ପ୍ରତିଯୋଗିତା, ଲୁଡୋ ପ୍ରତିଯୋଗିତା ଓ ପୁଚି ଖେଳ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ଅବସରରେ ତିନୋଟି ବର୍ଗରେ ରଜ ପରୀ ପ୍ରତିଯୋଗିତା କରାଯାଇ ଫାଇନାଲରେ ବିଭିନ୍ନ ପ୍ରତିଭା ପ୍ରଦର୍ଶନ ରାଉଣ୍ଡ ପରେ ୧୬ ତାରିଖ ସନ୍ଧ୍ୟାରେ ବିଚାରକ ମାନଙ୍କ ଦ୍ୱାରା ବିଜୟିନୀ ମାନଙ୍କୁ ମୁକୁଟ ପ୍ରଦାନ କରାଯିବ। ଚଳଚିତ୍ର ନାୟିକା ସୂର୍ଯ୍ୟମୟୀ ଓ ଅଭିନେତା ପୁଫିନ୍ଦର ବିଚାରକ ଭାବେ ପତିଯୋଗୀ ମାନଙ୍କ ପ୍ରଦର୍ଶନକୁ ମୂଲ୍ୟାୟନ କରୁଛନ୍ତି। ପ୍ରତିଯୋଗୀ ମାନଙ୍କ ପ୍ରତିଭା ପ୍ରଦର୍ଶନ ବ୍ୟତୀତ ପ୍ରତିଷ୍ଠିତ ନୃତ୍ୟଗୁରୁ ମାନଙ୍କ ଦ୍ୱାରା କେବଳ ଲୋକପ୍ରିୟ ଓଡ଼ିଆ ଗୀତର ତାଳରେ ଗ୍ରୁପ ଡ୍ୟାନ୍ସ ପ୍ରଦର୍ଶନ କରାଯାଉଛି। ତାଛଡା ଶେଷ ସନ୍ଧ୍ୟାରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ତାନସେନ ସିଂ, ପ୍ରସିଦ୍ଧ ଅକ୍ଷୟ ସଙ୍ଗୀତ ଗାୟକ ବନୋଜ ମହାନ୍ତି ଓ ଅରୁଣୀମା ଇତ୍ୟାଦି ପୁରୁଣା ଓଡ଼ିଆ ହିଟ ଗୀତ ସବୁ ପ୍ରସ୍ତୁତ କରିବେ ବୋଲି କାର୍ଯ୍ୟକ୍ରମର ମୁଖ୍ୟ ମିହିର ରାୟ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମର ଦି ପିଙ୍କ୍ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବାବେଳେ ଶେଷରେ ସଂପାଦିକା ମମତାଞ୍ଜଳୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆସନ୍ନ ମରୁଡିକୁ ପ୍ରତିହତ କରିବା ପାଇଁ ଇନ୍ଦ୍ର ଦେବଙ୍କ ପୂଜା , ବର୍ଷା ପାଇଁ ଶରଣାପନ୍ନ ହେଲେ ବଙ୍ଗୋମୁଣ୍ଡା ଗ୍ରାମବାସୀ

masiha

ଶ୍ୟାମବାବାଙ୍କ ଫାଲଗୁନ ମେଲା ଓ ନିଶାନ ପଦ ଯାତ୍ରା

Sunil Chandra Nayak

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିର ରେ ଧନୁ ସଂକ୍ରାନ୍ତି ନୀତି ପାଳିତ

masiha

Leave a Comment

error: Content is protected !!