ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଳମ୍ବିତ ରାତିରେ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ-୨ର କଲେଜ ରୋଡ୍ ସ୍ଥିତ ସ୍ବର୍ଗତ ପଦନ ବେହେରାଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା

ଢେଙ୍କାନାଳ ଜିଲ୍ଲା ଭୁବନ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଗୋଟିଏ ଘରେ ଏସି ଲଗାଇ ଘରର ସମସ୍ତେ ଶୋଇଥିଲେ । ଏହାର ସୁଯୋଗରେ ଲୁଟେରାମାନେ ରାତ୍ରି ପ୍ରାୟ ଦୁଇଟାରୁ ୩ଟା ମଧ୍ୟରେ ଲୁଟ୍ କରିଛନ୍ତି । ଘରର ଦୁଇଟି ଘର ଝରକା ଗ୍ରୀଲ୍ ତାଡି ଘରେ ପଶିଥିଲେ । ଘର ଆଲମିରା ଲାକର ଭାଙ୍ଗି ୬ଲକ୍ଷ ଟଙ୍କା ଓ ଦେଢ଼ ଶହ ଗ୍ରାମରୁ ଉର୍ଦ୍ଧ୍ବ ଓଜନର ସୁନାଗହଣା ଲୁଟି ନେଇଛନ୍ତି ଲୁଟେରା । ଲୁଟ୍ ସୁନା ଗହଣାର ମୂଲ୍ୟ ପ୍ରାୟ ସାଢ଼େ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏ ସମ୍ପର୍କରେ ଭୁବନ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଢେଙ୍କାନାଳ ଭୁବନରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ବାଢ଼ କାଟିବାକୁ କେନ୍ଦ୍ରକରି ଗଣ୍ଡଗୋଳ:ଫାଣ୍ଡିରେ ମାମଲା

masiha

ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ରିମାଣ୍ଡରେ ସୂଚୀସ୍ମିତା , ୨ କୋଟି ୫୬ ଲକ୍ଷ ଅର୍ଥ ଆତ୍ମସାତ ହୋଇଥିବା ପ୍ରକାଶ

Sunil Chandra Nayak

ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର 

masiha

Leave a Comment

error: Content is protected !!