ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବର ଦଖଲରେ ସର୍ବ ସାଧାରଣଙ୍କ ରାସ୍ତା:ପ୍ରଶାସନ କରୁଛି କଣ?

ନବରଙ୍ଗପୁର–( ମସିହା )ନବରଙ୍ଗପୁର ଜିଲ୍ଲାରେ ଏକର ଏକର ସରକାରୀ ମୂଲ୍ୟବାନ ଜମି ଜବର ଦଖଲକାରୀଙ୍କ କବଳରେ ରହିଛି l ତେବେ ଜିଲ୍ଲା ପ୍ରଶାସନ ଓ ରାଜସ୍ଵ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ସରକାରୀ ଜମି ସରକାରଙ୍କ ଖାତାକୁ ଫେରି ପାରୁନି l କେବଳ ଗ୍ରାମାଞ୍ଚଳ ନୂହେଁ ଉମରକୋଟପୌରାଞ୍ଚଳ ଓ ନବରଙ୍ଗପୁର ସହର ଉପକଣ୍ଠ ହିର୍ଲି ପର୍ଯ୍ୟଟନସ୍ଥଳୀର ମୂଲ୍ୟବାନ ଜମିକୁ ଥିଲାବାଲା ବଡ଼ବଡ଼ିଆ ମାନେ ମାଡିବସି ବିରାଟ ଅଟ୍ଟାଳିକା ନିର୍ମାଣ କରିଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କେବଳ ନୋଟିସରେ ଅଟକିଯାଇଛି ଜବର ଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ l ତେବେ ପରିତାପର ବିଷୟ ସରକାରୀ ଜମି ପରେ ଏବେ ସର୍ବସାଧାରଣ ରାସ୍ତା ଉପରେ ମଧ୍ୟ ଜବରଦଖଲକାରୀ ଙ୍କ ଦୃଷ୍ଟି ପଡିଛି l ସର୍ବସାଧାରଣ ଙ୍କ ଯାତାୟତ ନିମନ୍ତେ ଉଦ୍ଦିଷ୍ଟ ସରକାରୀ ଜାଗାକୁ ମାଡି ବସି ଗୃହ ନିର୍ମାଣ କରିଛନ୍ତି ଜବରଦଖଲକାରୀ ଆଉ ସରକାରୀ ଜମି ମୁକୁଳାଇବା ବଦଳରେ କେବଳ ମାମଲା ରୁଜୁ କରି ବସିଛନ୍ତି ରାଜସ୍ଵ ଅଧିକାରୀ l ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ସଦରମହକୁମାର ଜିଲ୍ଲାପାଳ ଓ ଏସ୍ ପି ଙ୍କ କାର୍ଯ୍ୟାଳୟ ସମେତ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ନନ୍ଦାହାଣ୍ଡି ତହସିଲ ଅଧିନରେ ରହିଛି l ତେବେ ସର୍କିଟ ହାଉସ ଠାରୁ ଭିଜିଲାନ୍ସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିବା ବାଇପାସ୍ ରାସ୍ତା ନିର୍ମାଣ ସମୟରେ ବାପୁଜୀ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନ ରାସ୍ତା ଉପରେ ପାଚେରୀ ସହ ସ୍କୁଲ ଗୃହ ନିର୍ମାଣ କରିଥିବା ନଗରକୁ ଆସିଥିଲା l

ଖାତା ନମ୍ବର ୧୩୬/୧୧ ପ୍ଳଟ ନମ୍ବର ୧୪୭୧ ଓ ଖାତା ନମ୍ବର ୩୬୪/୪ପ୍ଳଟ ନମ୍ବର ୧୪୭୨ କିସମ ରାସ୍ତା ରହିଥିବା ବେଳେ ଘରୋଇ ବିଦ୍ୟାଳୟ ରାସ୍ତାକୁ ଜବରଦଖଲ କରି ବିଦ୍ୟାଳୟ ଗୃହ ନିର୍ମାଣ କରାଯାଇଛି lରାସ୍ତା ନିର୍ମାଣକାରୀ ସଂସ୍ଥା ରାସ୍ତା ଓ କୋଠାବାଡି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ ପକ୍ଷରୁ ପତ୍ର ସଂଖ୍ୟା ୨୦୫ ତା ୩/୩/୨୦୨୨ ରେ ଜବରଦଖଲ ହଟେଇ ବାକୁ ନନ୍ଦାହାଣ୍ଡି ତହସିଲଦାର ଙ୍କୁ ଅନୁରୋଧ କରାଯାଇଥିଲା l ସରକାରୀ ରାସ୍ତାର ଗୋଟିଏ ପାର୍ଶ୍ୱରେ ୧୦ ଓ ଅନ୍ୟ ପାର୍ଶ୍ଵରେ ୧୫ ଫୁଟ ସ୍ଥାନରେ ଗୃହ ନିର୍ମାଣ ହୋଇଥିବା ରାଜସ୍ଵ ନିରୀକ୍ଷକସରଜମୀନ ତଦନ୍ତ କରିବା ସହ ତହସିଲଦାର ଙ୍କୁ ରିପୋର୍ଟ ଦେବା ପରେ ଘରୋଇ ବିଦ୍ୟାଳୟ କୁ ଜମି ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା l ତେବେ ଜମି ଖାଲି କରିବା ବଦଳରେ ଗାରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଅତିରିକ୍ତ ଉପ ଜିଲ୍ଲାପାଳ ଙ୍କ ଅଦାଲତରେ ଅପିଲ କେଶ୍ ନମ୍ବର ୧୩/୨୨ ରେ ଦାଏର୍ କରିଥିଲେ l ମାମାଲାର ଫଇସଲା ସହ ଜବରଦଖଲ ଉଚ୍ଛେଦ ନିମନ୍ତେ ବ୍ୟବସ୍ଥା ହୋଇଥିଲେ ମଧ୍ୟ ପ୍ରଶାସନ ପଶାପାଲିରେ ଫସିଯାଇଛି।ରାସ୍ତା ଓ ଶୀତଳ ଭଣ୍ଡାର ରେ ପଡ଼ିରହିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା l ଅନ୍ୟପକ୍ଷରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ରାଜସ୍ଵ ବିଭାଗ ମଧ୍ୟରେ କିଭଳି ଅଲିଖିତ ରାଜିନାମା ସ୍ବାକ୍ଷରିତ ହୋଇଛି ତାହା ମଧ୍ୟ ସାଧାରଣରେ ବିସ୍ମୟ ସ୍ରୁଷ୍ଟି କରୁଛି l ଏସମ୍ପର୍କରେ ନନ୍ଦାହାଣ୍ଡି ତହସିଲଦାର ଡଃ ବନମାଳୀ ମେହେର ଙ୍କୁ ବାରମ୍ବାର ଫୋନ ରେ ଯୋଗାଯୋଗ ପରେ ମଧ୍ୟ ତର୍ଜମା ଚାଲିଛି ବୋଲି ଉତ୍ତର ମିଳିଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଇ ଆର ବି ଯବାନଙ୍କ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ଯବହାର, ପ୍ରେସକ୍ଳବ ପକ୍ଷ୍ୟରୁ ଏସପିଙ୍କୁ ଦାବି ପତ୍ର

Sunil Chandra Nayak

ରାଷ୍ଟ୍ରୀୟ ମହିଳା ନେତୃତ୍ବ ସମ୍ମଳନୀ ଉଦଯାପିତ , ରାଉରକେଲାରୁ ଯୋଗଦେଲେ କବି ସସ୍ମିତା ପ୍ରଧାନ

ମଇ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସେକ୍ଟର-୨ ଦୁର୍ଗା ପୂଜା ପଡ଼ିଆରେ ଶ୍ରୀ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ ଏବଂ ପଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞ

Leave a Comment

error: Content is protected !!