ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନଜୟଧନି ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ବାଦାମ ପାହାଡ଼ ବନାଞ୍ଚଳ ତରଫରୁ ୭୪ ତମ ବନୋତ୍ସଵ ପାଳିତ

ମୟୂରଭଞ୍ଜ -୯/୭ ( ମସିହା) ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବାଦାମପାହାଡ ବନାଞ୍ଚଳର ବିଭିନ୍ନ ସ୍ଥାନରେ ବନଖଣ୍ଡ ଅଧିକାରୀ ଶ୍ରୀ ନଳିନୀକାନ୍ତ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଵନାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଛି । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସାନ ଜୟଧନି ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାଲୋନୀ, ପରିବେଶବିତ୍ ଲଳିତ ମହାନ୍ତ,ବନପାଳ ସୁଶାନ୍ତ ପାତ୍ର, ଦେବାଶିଷ ସେଠି, ଜଗନ୍ନାଥ ପ୍ରସାଦ ସେଠୀ, ବନରକ୍ଷୀ ବିମଳା ସୋରେନ,ପ୍ରଶାନ୍ତ ବେହେରା ବିଶିଷ୍ଟ ପରିବେଶବିତ ଲଳିତ ମହାନ୍ତ ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ ଉପରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।ଗଛଥିଲେ ଜୀବନ ଅଛି ।ପ୍ରକୃତିକୁ ସନ୍ତୁଳିତ କରି ରଖିଥାଏ ଜଙ୍ଗଲ । ତେଣୁ ସମସ୍ତେ ଗଛ ଲଗାଇବା ସହ ତାହାର ସୁରକ୍ଷା କୁ ଗୁରୁତ୍ଵ ଦେବା ଉଚିତ ବୋଲି ଅତିଥି ଗଣ କହିଥିଲେ । ସେହିଭଳି ଧନିପାଟରେ ହୋ ଗାଲାଙ୍ଗ କମିଟି ଓ ବନ ବିଭାଗ ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ,ଫୁଟବଲ ଖେଳ, ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଦସ୍ୟ ଗଙ୍ଗାଧର ହେମ୍ବ୍ରମ,ଗିରିଶ ଚନ୍ଦ୍ର ହେମ୍ବ୍ରମ, ମହାନ୍ତି ଜେରାଇ,ମୋଚିରାମ ମାଝୀ, ବନରକ୍ଷୀ ପ୍ରଶାନ୍ତ ବେହେରା ପ୍ରମୁଖ ପରିଚାଳନା ରେ ସାମିଲ ହୋଇଥିଲେ ।

  ସେହିଭଳି ହାଟବାଦଡା ଉଚ୍ଚ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଏସିଏଫ ବୈଦ୍ୟନାଥ ମାଝୀ,,ରେଞ୍ଜ ଅଫିସର ରମାକାନ୍ତ ମାଝୀ, ପରିବେଶବିତ୍ ଲଳିତ ମହାନ୍ତ,, ପ୍ରୋବେସନାରୀ ରେଞ୍ଜର ଵର୍ଷା ସାମଲ,,ପ୍ରଧାନ ଶିକ୍ଷକ ରଣଜିତ ନାୟକ, ସମାଜସେବୀ ପ୍ରକାଶ ପ୍ରଧାନ,, ଶିବପ୍ରସାଦ ଦେ, ଶିକ୍ଷୟତ୍ରୀ ଦୀପିକା ମୋନାଲିସା ମହାନ୍ତ, ଦାସ,,ଵୀଜମଣି ମାରାଣ୍ଡି, ସୁମିତ୍ରା ଟୁଡୁ, ସୁଶାନ୍ତ ପାତ୍ର,ଵନପାଳ ଶ୍ରାବଣୀ ମାରାଣ୍ଡୀ,, ବନରକ୍ଷୀ ପ୍ରଭାତ ମହାନ୍ତ ପ୍ରମୁଖ ବୃକ୍ଷରୋପଣ ରେ ସହଯୋଗ କରିଥିଲେ ।

 ସେହିଭଳି ବଡହାତନାଵେଡା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଵନାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀ, ପରିବେଶବିତ୍ ଲଳିତ ମହାନ୍ତି,ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ତିରିଲା,ଦୀକ୍ଷୀତ ମହାନ୍ତ, ବନରକ୍ଷୀ ପ୍ରଶାନ୍ତ ବେହେରା, ସୁଶାନ୍ତ ପାତ୍ର‌ ପ୍ରମୁଖ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ତିରୁମାଲା ନାୟକଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା 

masiha

ଆଞ୍ଚଳିକ ପୁର୍ନବାସ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଦିବ୍ଯାଙ୍ଗଙ୍କୁ ସହାୟକ ଉପକରଣ ବଣ୍ଟନ

masiha

ରାଇରଙ୍ଗପୁରରେ ଜିଲ୍ଲାପାଳଙ୍କ ଜନଶୁଣାଣୀରେ ଅଭିଯୋଗକାରୀଙ୍କୁ ରାଇରଙ୍ଗପୁର ତହସିଲ ତରଫରୁ ଦହି ସରବତ ବଣ୍ଟନ 

masiha

Leave a Comment

error: Content is protected !!