ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡାରେ ସାପ ଧରାଳି ଗୁରୁତର

ପାପଡାହାଣ୍ଡି,13/7, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ଠାରେ ଗୁରୁବାର ଜଣେ ସାପ ଧରାଳି ସାପ କାମୁଡ଼ାରେ ଗୁରୁତର ହୋଇଛନ୍ତି | ତାଙ୍କ ନାମ ଭଗବାନ ଦିଶାରୀ | ତାଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି | ସୂଚନା ମୁତାବକ ଦଳେଇଗୁଡ଼ାର ଗୋବିନ୍ଦ ଜୈନଙ୍କ ଘରେ ଅପରାହ୍ନରେ ସାପ ବାହାରିବା ଖବର ପାଇ ଭଗବାନ ଯାଇଥିଲେ | ସାପ ଟିକୁ ଧରି ଏକ ପ୍ଲାଷ୍ଟିକ ବୋତଲରେ ଭର୍ତି କରିବା ସମୟରେ ସାପ ତାଙ୍କୁ କାମୁଡି ଦେଇଥିଲା | ସାପକୁ ଧରି ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ଥିଲେ | ସେଠାରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି | ସାପଟି ନାଗ ପ୍ରଜାତିର ବୋଲି ଜଣାପଡିଛି | ତେବେ ଭଗବାନ ପୂର୍ବରୁ ବହୁ ଥର ଅଞ୍ଚଳର ସାପ ମାନେ ଧରିଛନ୍ତି,ଆଜି ଟିକେ ଅସାବଧାନତା ଯୋଗୁଁ ସାପ କାମୁଡାର ଶିକାର ହୋଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିବାରଣ ସଚେତନତା ଉପଲକ୍ଷେ ରାୟଗଡ ବନାଞ୍ଚଳ ତରଫରୁ ତାଡମା ଆବାସିକ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ନେଇ ସଚେତନତା ରାଲି

masiha

ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା କରିଥିବା ହିତାଧିକାରୀଙ୍କ ଉତ୍ତରାଧିକାରୀ ଙ୍କୁ ମିଳିଲା ଦୁଇ ଲକ୍ଷ ଟଙ୍କା

masiha

ବିଦ୍ୟାଳୟ ଅନୁଦାନ ଅର୍ଥ ପ୍ରଧାନ ଶିକ୍ଷକ ହେର୍ ଫେର କରିଥିବା ଅଭିଯୋଗ     

masiha

Leave a Comment

error: Content is protected !!