ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ ଓ କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ଆହତ, କୋକସରା ଡାକ୍ତରଖାନାରେ ଭର୍ତ୍ତି

କୋକସରା,୧୪/୦୭ // ଜାତୀୟ ରାଜପଥ ୨୬ କୋକସରା ବ୍ଲକ ସୀମାନ୍ତ ଆମପାଣି ଘାଟିରେ ଯାତ୍ରୀବାହୀ ବସ ଓ କଣ୍ଟେନର ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି। ଏଥିରେ ୨ ଜଣ ଆହତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ଆହତଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ଜାତୀୟ ରାଜପଥ ୨୬ ଆମପାଣି ଘାଟିରେ ସକାଳ ୬ ଘଣ୍ଟା ସମୟରେ ହାଇଦ୍ରାବାଦରୁ କଲମପୁର ଆସୁଥିବା ସଂଗୀତା ବସ ଓ ବିପରୀତ ଦିଗରୁ ଆସୁଥିବା କଣ୍ଟେନର ସହ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ବସର କଣ୍ଡକ୍ଟର ସମେତ କଣ୍ଟେନରର ଡ୍ରାଇଭର ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ଘରକୁ ଯାଇଥିବା ଜଣାପଡିଛି।

ମସିହା ନିୟୁଜ ସର୍ଭିସ୍ 

Related posts

କଲ୍ୟାଣ ରାୟ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ସମ୍ପନ୍ନ

Sunil Chandra Nayak

ଜିଲ୍ଲା ସ୍ତରୀୟ ସର୍ଗିଫଲ୍ କାର୍ଯ୍ୟକ୍ରମ ଉଦଘାଟିତ, , ଆମେ ସମସ୍ତେ ପିଲାଙ୍କ ପଛେ ଅଛୁ (ଜିଲ୍ଲାପାଳ)

Sunil Chandra Nayak

ଗଛରୁ ପଡି ଯୁବକ ଗୁରୁତର ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

Sunil Chandra Nayak

Leave a Comment

error: Content is protected !!