ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ, ବିପୁଳ ପରିମାଣର ବିଦେଶୀ ମଦ ଓ ଲକ୍ଷାଧିକ ଟଙ୍କା ଜବତ

କାମାକ୍ଷାନଗର (ମନିସ )18/7/23 //ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କଂଗେଇଲୋ ଗ୍ରାମରେ କାମାକ୍ଷାନଗର ଅବକାରୀ ବିଭାଗ,ଢେଙ୍କାନାଳ ଅବକାରୀ ମୋବାଇଲ ସ୍କୁଆଡ ଓ କାମାକ୍ଷାନଗର ଥାନା ପୋଲିସ ବିଭାଗପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି।ଚଢ଼ାଉ ବେଳେ କଂଗେଇଲୋ ଗ୍ରାମର ମନ୍ଦିର କମିଟି ସଭାପତି ବିକ୍ରମ ସାମଲ ବୟସ,୫୫ବର୍ଷ ଙ୍କ ଘରୁ ୩୨ପେଟି ବିୟର ବିଦେଶୀ ମଦ ଜବତ କରିବା ସହ ଲକ୍ଷ୍ୟଧିକ ଟଙ୍କା ଜବତ କରିବା ସହ ସେହି ଗ୍ରାମର ପ୍ରିୟବ୍ରତ ଖୁଣ୍ଟିଆ, ବୟସ୩୦ବର୍ଷ, ତାଙ୍କ ଘରୁ ୨ପେଟି ବିଦେଶୀ ମଦ ଜବତ କରିଥିବା ବେଳେ ଜଗନ୍ନାଥପୁର ଗ୍ରାମରଜଣେ ମହିଳା ଙ୍କଠାରୁ୧ପେଟି ବିଦେଶୀ ମଦ ଜବତ କରି ଆଣି ଅଟକ ରଖିଥିବା ବେଳେ ତାଙ୍କ ବଦଳରେ ତାଙ୍କ ସ୍ବାମୀ ଙ୍କୁ ଆଣି ତାଙ୍କନାମରେଥାନା ରେ ଏକ କେଶ ରୁଜୁ କରିଥିବା ଜଣାପଡିଛି,ବହୁ ଦିନରୁ ବିଦେଶୀ ମଦ ବିକ୍ରି କରୁଥିବା ସୂଚନା ପାଇ ଚଢ଼ାଉ କରିଥିବା ଜଣାପଡ଼ିଛି,ଆଜି ବିଶେଷ ସୂତ୍ରରୁ ଖବର ପାଇ ଢେ଼ଙ୍କାନାଳ ଜିଲ୍ଲାପାଳ ଓ ଅବକାରୀ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ କରାଯାଇଥିଲା , ଏଠାରେ ପ୍ରଶ୍ନ ଉଠେ ପୋଲିସ ବିଭାଗ ଅଧିକାରୀ ମାନେଜଣଙ୍କୁ ଗିରଫ କରି ଅନ୍ୟ ଜଣଙ୍କ ନାମରେ କେଶ ରୁଜୁ କରୁଛି କେଉଁ ସ୍ୱାର୍ଥରେ ତାହା ଦେଖିବାକୁ ବାକି ରହିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ହିନ୍ଦୋଳରେ ହାତୀ ହତ୍ୟା ଘଟଣାରେ ନୂଆ ମୋଡ  କାର୍ଯ୍ୟାନୁଷ୍ଠାନ ଆରମ୍ଭ

ବିଷ ପଈ ବ୍ୟକ୍ତି ଙ୍କ ଆତ୍ମହତ୍ୟା 

Sunil Chandra Nayak

ପାରିବାରିକ ଗଣ୍ଡଗୋଳରୁ ମରଣାତ୍ମକ ଆକ୍ରମଣ, ୨ ଗିରଫ 

Sunil Chandra Nayak

Leave a Comment

error: Content is protected !!