ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସୁସ୍ଥ ସାମ୍ବାଦିକ କିଶୋର ବେହରାଙ୍କୁ ଭେଟିଲେ ଭାଜପା ରାଜ୍ୟ ମୁଖପାତ୍ର

 ବାଲେଶ୍ଵର,୨୨/୭/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକରେ କାର୍ଯ୍ୟରତ ଖବରଦାତା କିଶୋର କୁମାର ବେହେରାଙ୍କ ଛାତିରେ ଯନ୍ତ୍ରଣା ଯୋଗୁଁ ସେ ଏବେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଏହି ଅବସରରେ ଖବରପାଇ ଭାଜପା ରାଜ୍ୟ ମୁଖପାତ୍ର ତଥା ମୁକୁନ୍ଦ ପ୍ରସାଦ ଫାଉଣ୍ଡେସନର ସମ୍ପାଦକ ଠାକୁର ରଞ୍ଜିତ ଦାସ ତାଙ୍କୁ ଶନିବାର(୨୨/୭/୨୦୨୩) ଅପରାହ୍ନରେ ଭେଟି ସହଯୋଗର ହାତ ବଢାଇବା ସହ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଛନ୍ତି । ଭାଜପା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅଜୟ କୁମାର ବେହେରା ମଧ୍ୟ ଉପସ୍ଥିତ ଥିଲେ । ଏଥିସହ ତାଙ୍କୁ ଦେଖୁଥିବା ଡାକ୍ତରଙ୍କ ସହ ଚିକତ୍ସା ସମ୍ବନ୍ଧରେ ଆଲୋଚନା କରିଛନ୍ତି ମୁଖପାତ୍ର । ଶ୍ରୀ ବେହେରା ଶୀଘ୍ର ଭଲ ହୋଇ ଘରକୁ ଫେରି ଆସନ୍ତୁ ବୋଲି ସାମ୍ବାଦିକ ବନ୍ଧୁ ମାନଙ୍କ ସମେତ ତାଙ୍କୁ ଭଲ ପାଉଥିବା ସମସ୍ତ ସାଥି ସହୋଦର ମାନେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଟିପିଗୁଡା ଠାରେ ବ୍ଲକ ସ୍ଥାପନ ପାଇଁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

masiha

ହାତୀ ଆତଙ୍କ, ଜଗି ରହିଛି ବନ ବିଭାଗ 

Sunil Chandra Nayak

୮୦ ଜଣ ନୂଆ ହିତାଧିକାରୀଙ୍କୁ ଭର୍ତ୍ତା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!