ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପି ସଦସ୍ୟ ଓ ଗ୍ରାମ ଯୁବକ ମାନଙ୍କ ସହଯୋଗରେ ୪୦୦ ଗଛ ବୃକ୍ଷ ରୋପଣ

କାମାକ୍ଷାନଗର (ମନିସ )23/7/23 // କଥାରେ ଅଛି ବୃକ୍ଷ ହିଁ ଜୀବନ,ବୃକ୍ଷ ଟିଏ ମଣିଷ ଟିଏ, ମଣିଷ ବଞ୍ଚିବାକୁ ହେଲେ ଗଛର ନିତ୍ୟାନ୍ତ ଆବଶ୍ୟକ ପଡ଼ିଥାଏ। ଆମେ ଦୈନଦିନ ଜୀବନରେ ଜଙ୍ଗଲ ଜାତ ଦ୍ରବ୍ଯ ସଂଗ୍ରହ କରିବାକୁ ହେଲେ ଜଙ୍ଗଲକୁ ଯାଇ ସଂଗ୍ରହ କରି ଥାଉ ଅନେକ ଦ୍ରବ୍ୟ। ବଣ ଜଙ୍ଗଲରେ ଏ ଭଳି ଅନେକ ଗଛ ରହି ଥିଲା ସେ ଗଛ ଗୁଡିକରେ ଅନେକ ଔଷଧିୟ ଗୁଣ ଭରି ରହି ଥିଲା ଯାହା ଫଳରେ ଦେହ ଖରାପ ହେଲେ ଆମକୁ ମେଡିକାଲକୁ ଯିବାକୁ ପଡୁ ନ ଥିଲା। ଆମେ ସେହି ଗଛର ଚେର ମୂଳି ଔଷଧ ଖାଇ ଭଲ ହୋଇ ଯାଉଥିଲେ। କିନ୍ତୁ ବର୍ତ୍ତମାନ ବଡ ପରିତାପର ବିଷୟ ମୃତ୍ତିକା ସଂରକ୍ଷଣ କ୍ଷୟ ହେବା ସହିତ ଜଙ୍ଗଲ ନଷ୍ଟ ହେବାକୁ ବସିଲାଣି। ଚେର ମୂଳି ଔଷଧ ତ ଦୂରର କଥା ଔଷଧିୟ ଗଛ ଗୁଡ଼ିକ ଦେଖିବାକୁ ମିଳୁ ନାହିଁ।ଯାହା ଫଳରେ ଜଙ୍ଗଲର ହିଂସ୍ର ଜନ୍ତୁ ମାନେ ଜନବସତି ଆଡ଼କୁ ଆସି ମଣିଷ ମାନକୁ ଆକ୍ରମଣ କଲେଣି। ଯାହା ଫଳରେ ଜଙ୍ଗଲ ନଷ୍ଟ ହେବା ସକାଶେ ଅନେକ କଷ୍ଟ ମଧ୍ୟ ସହିବାକୁ ପଡୁଛି। ଯାହାଫଳରେ ଆଜି କିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ବାଟଗାଁ ପଞ୍ଚାୟତ ଅନ୍ତର୍ଗତ ଢୋଲପଶି ଗ୍ରାମର ଯୁବକ ଓ ବିଜେପି ସଦସ୍ୟ ଏକତ୍ରିତ ହୋଇ 400 ଟି ବୃକ୍ଷ ରୋପଣ କରିଛନ୍ତି ଜଗନ୍ନାଥ ବନ ପ୍ରକଳ୍ପ ଜଙ୍ଗଲରେ। ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ସିଂହ ଓ ସମ୍ମାନିତ ଅତିଥି ଭାବେ ସନାତନ ସାହୁ, ଭାଗିରଥି ବରାଳ, ନରହରି ପରିଡ଼ା, ଜଗନ୍ନାଥ ସିଂହ ଓ ଢୋଲପଶି ଗ୍ରାମର ମାଆ ତାରିଣୀ ଦିବ୍ୟ ଜ୍ୟୋତି କ୍ଲବର ଯୁବକ ଭାଇ ମାନେ ସହଯୋଗ କରି 400ଟି ବୃକ୍ଷ ସୁଚାରୁ ରୁପେ ରୋପଣ କରାଯାଇ ଥିଲା। ଏମିତି ବୃକ୍ଷ ରୋପଣ କରି ଆଜି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଓ ନିଜ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ତାହା ସହିତ ସଦସ୍ୟ ମାନେ କହି ଛନ୍ତି କି ବୃକ୍ଷ ରୋପଣ ନିଜେ କରିବା ସହିତ ଅନ୍ୟମାନଙ୍କୁ ବୃକ୍ଷ ରୋପଣ କରିବାକୁ ନିବେଦନ କରିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅପାର ଆଇଡି ଦ୍ୱାରା ପିଲାଙ୍କ ତଥ୍ୟ ପାଇଁ ତାଲିମ ଶିବିର 

masiha

ଏସଡିସି ଉପଦେଷ୍ଟାପ୍ରଦୀପ ମାଝୀଙ୍କ ଚନ୍ଦାହାଣ୍ଡି ଗସ୍ତ

masiha

ପ୍ରଗତି ଉତ୍କଳ ସଂଘ ଦ୍ଵାରା  ଜନସ୍ବାସ୍ଥ୍ୟ ସଚେତନତା ଶିବିର ଆୟୋଜିତ

Sunil Chandra Nayak

Leave a Comment

error: Content is protected !!