ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିପିଇଓଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେଲେ ବ୍ଲକ କର୍ମଚାରୀ ଜନ ପ୍ରତିନିଧି

କୋକସରା,୩୧/୦୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଦୀର୍ଘବର୍ଷ ହେବ ଜିପିଇଓ ଭାବେ ଅବସ୍ଥାପିତ ରହିଥିବା ନାରାୟଣ ଭୋଇଙ୍କୁ ସୋମବାର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ କୋକସରା ବ୍ଲକ ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ ହିସାବ ରକ୍ଷକ ଅଶୋକ କୁମାର ସେଠି, ମୁଖ୍ୟ କିରାଣି ଅଚ୍ୟୁତାନନ୍ଦ ନାଗ, ବିଏସଏସଓ ଦୀପକ କୁମାର ବେହେରାଙ୍କ ଉପସ୍ଥିତିରେ ଦୀର୍ଘ ବର୍ଷ ଧରି କୋକସରା ବ୍ଲକରେ ଜଣେ ନିଷ୍ଠାପର, ମେଳାପୀ ସ୍ଵଭାବ, କର୍ମଠ କର୍ମଚାରୀ ଭାବେ କାର୍ଯ୍ୟ କରି ଅଧିକାରୀ, କର୍ମଚାରୀ, ଜନ ପ୍ରତିନିଧି ଓ ଜନସାଧାରଣଙ୍କ ସହ ଉତ୍ତମ ସମ୍ପର୍କ ରଖି ବେଶ ପରିଚିତ ଥିଲେ। ସୋମବାର ବିଦାୟ ସମ୍ବର୍ଦ୍ଧନା ଅଵସରରେ ଉପସ୍ଥିତ ବ୍ଲକ ଅଧିକାରୀ, ୨୨ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ପଞ୍ଚାୟତ କର୍ମଚାରୀ ମାନେ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

“ରଙ୍ଗ ମସ୍କାର” ଶୀର୍ଷକ ଏକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

Sunil Chandra Nayak

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଓ ଆଲୋଚନାଚକ୍ର 

Sunil Chandra Nayak

ନବରଙ୍ଗପୁରଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!