ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମସିହା NEWS ର ମହାପ୍ରଭାବ , ଖବର ପ୍ରକାଶ ପରେ, କଙ୍କଡ଼ାହାଡ଼ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିକାରୀଣି ସୋପାନ ଟଙ୍କା ହେରେଫେର ବାବଦରେ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

କାମାକ୍ଷାନଗର (ମିନିସ )2/7/23//ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ସୋପାନ ଟଙ୍କା ହେରେଫେର ବାବଦରେ ଅନେକ ଥର ଆମେ ଖବର ପ୍ରକାଶ କରି ପ୍ରଶାସନଙ୍କୁ ଦୃଷ୍ଟି ଗୋଚର କରି ଥିଲୁ। ଖବର ପ୍ରକାଶ ମୁତାବକ ସୋପାନ ଟଙ୍କା ବାବଦରେ ଅଧିକାରିଣୀ କବିତା ଦାସ ଉକ୍ତ ସୁପର ଭାଉଜରଙ୍କ ଉପରେ ନେଇଛନ୍ତି ଦୃଢ଼ କାର୍ଯ୍ୟାନୁଷ୍ଠାନ। କଣ୍ଟାପାଳ ପଞ୍ଚାୟତ ଓ କେରଯୋଳି ପଞ୍ଚାୟତକୁ ନେଇ ଗଠିତ ହୋଇ ଥିବା ସେକ୍ଟରରେ ସୋପାନ ଟଙ୍କା ହେରେଫେର ବାବଦରେ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ବିଭାଗୀୟ ସୁପର ଭାଉଜରଙ୍କୁ ଡାକି ବୁଝା ସୁଝା କରିବା ପରେ ଉକ୍ତ ସୁପର ଭାଉଜରଙ୍କୁ ଚିଠି ନମ୍ବର-667 ଅନୁଯାଇ କଙ୍କଡ଼ାହାଡ଼ ସେକ୍ଟରକୁ ବଦଳି କରିଛନ୍ତି। ଆମେ କହି ରଖିବୁ ସତକୁ ସମ୍ନାକୁ ଆଣିବାର ଗଣମାଧ୍ୟମର ଧର୍ମ, କାର୍ଯ୍ୟାନୁଷ୍ଠନ ନେବାର ଦାୟିତ୍ଵ ହେଉଛି ପ୍ରଶାସନ। ଆଜି ସତ ସାମ୍ନାକୁ ଆସିଛି ଓ ଉକ୍ତ ସୁପର ଭାଉଜରଙ୍କୁ ଅନ୍ୟତ୍ର ବଦଳି କରି ତପସ୍ୱୀନ କାଲଙ୍କୁ କଣ୍ଟାପାଳ ପଞ୍ଚାୟତ ଓ କେରଯୋଳି ପଞ୍ଚାୟତ ଦାଇତ୍ୱ ଦିଆ ଯାଇଛି। କିନ୍ତୁ ଆମେ କହି ରଖିବୁ ସତକୁ ସାମ୍ନାକୁ ଆଣିବାର ଦମ୍ ଅଛି। ଆମ ଖବର ପ୍ରକାଶ ପରେ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର ଅଧିକାରୀଣି କବିତା ଦାସ୍ ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଥିବାରୁ ଅଞ୍ଚଳ ବାସି ଧନ୍ୟବାଦ୍ ଦେଇଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଚେପଟିଆମ୍ବ ଘାଟିରେ ଅଟୋ ଓଲଟି ୯ ଆହତ, ୫ ଗୁରୁତ୍ତର 

masiha

ଡ. ଜଗନ୍ନାଥ ପ୍ରସାଦ ଦାସ ଓ ଡ. ପଲଉ ପ୍ରଧାନ କଳାହାଣ୍ଡିଆଙ୍କ ସ୍ମୃତିରେ ଚିରଦିନ ରହିବେ

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ଗଡିଆଯୋର ଗ୍ରାମ ରେ ଆଇନ ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!