ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ଅପେକ୍ଷାରେ ସମାଡ଼ ପଦର ଗ୍ରାମ

ନୂଆପଡା// ,ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି କିନ୍ତୁ ଫଳ ଶୂନ। ଜିଲ୍ଲାପାଳଙ୍କ ଠାରୁ ରାଜନେତା ଯାଏ ସମସ୍ତେ କେବଳ ଗୋଟିଏ କଥା କହୁଛନ୍ତି ରାସ୍ତା ନିର୍ମାଣ ହେବ,ହେଲେ ସପନ ଭାଙ୍ଗି ଭାଙ୍ଗି ଯାଉଛି।ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀମୁଣ୍ଡା ଗ୍ରାମ ପଞ୍ଚାୟତ ର ସମାଡପଦର ଗାଁ।ଏହି ଗାଁ ର ମୁଖ୍ୟ ସମସ୍ୟା ହେଲା ଗାଁ କୁ ରାସ୍ତା ଖଣ୍ଡେ ନାହିଁ। ଗାଁ ଟି ନିଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି। ଗ୍ରାମରେ ୭୦ ଗୋଟି ପରିବାର ରହୁଥିବା ଏହି ଗ୍ରାମର ଜନସଂଖ୍ୟା ୪୦୦ ଅଟେ ଖଡ଼ିଆଳଠାରୁ ମାତ୍ର ୧୫ କିଲୋମିଟର ଠାରୁ ଯାଇ ତିନି ଛକ ପାଖରୁ ଗାଁକୁ ଚାରି କିଲୋମିଟର ଜଙ୍ଗଲ ଚଢ଼ିବାକୁ ପଡେ। କଷ୍ଟେ ମଷ୍ଟେ ଦୁଇ ଚକିଆ ଯାନ ଯାଇପାରେ। ରାସ୍ତା ସାରା ଖାଲ ଢ଼ିପ ଓ ପଥର ଭର୍ତ୍ତି। ଆମ୍ବୁଲାନ୍ସ ଆସି ପାରେନି ବୋଲି ଗର୍ଭବତୀ ଓ ରୋଗୀଙ୍କୁ ଦୋଳାରେ ତଳକୁ ଓହ୍ଲାଇ ଆମ୍ବୁଲାନ୍ସରେ ନେବାକୁ ପଡେ। ଗାଁ କୁ କିଛି ବର୍ଷ ତଳେ ନୂଆପଡ଼ାର ତତ୍କାଳିନ ଜିଲ୍ଲାପାଳ ପୁମା ଟୁଡୁ ଯାଇ ଗାଁ ଲୋକଙ୍କ ସମସ୍ୟା ବୁଝିଥିଲେ।ଏହି ବିଷୟ ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ସେ ବହୁତ ନାଁ କରିଥିଲେ କିନ୍ତୁ ଗ୍ରାମବାସୀଙ୍କ ରାସ୍ତା ଆଶା ଆଶା ରେ ରହିଯାଇଛି ୨୦୧୭/୧୮ରେ କୋଟାମାଲ ଗ୍ରାମ ଠାରୁ ସମାଡ଼ପଦର ପର୍ଯ୍ୟନ୍ତ ଚାରି କିଲୋମିଟର ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଆରମ୍ଭ କରାଯାଇଥିଲା। ବାର ଶହ ମିଟର ମାଟି କାମ ସରିଲା ପରେ ଜଙ୍ଗଲ ଅଞ୍ଚଳ ପଡିବାରୁ କାର୍ଯ୍ୟ ବନ୍ଦ ହୋଇ କି ରହିଛି। ଏନେଇ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଲମ୍ବୋଦର ନିଆଲଙ୍କ ଉଦ୍ୟମ କ୍ରମେ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଫରେଷ୍ଟ ବିଭାଗର କର୍ମକର୍ତ୍ତା ଗ୍ରାମ ପରିଦର୍ଶନ କରି ଅତିଶୀଘ୍ର ରାସ୍ତା ନିର୍ମାଣ ର ପ୍ରତିଶ୍ରୁତି ଦେଇଛନ୍ତି।ଗାଁର ସମସ୍ୟାକୁ ନେଇ ଗ୍ରାମବାସୀ ଅନେକ ଥର ପ୍ରଶାସନର ଦ୍ବାରସ୍ଥ ହେଲେଣି।ରାସ୍ତା ପାଇଁ ବିଡିଓ,ଜିଲ୍ଲାପାଳ ସମେତ ଜନ ପ୍ରତିନିଧିଙ୍କୁ ଭେଟିଲେଣି।କିନ୍ତୁକୌଣସି ସୁଫଳତା ମିଳୁନାହିଁ।ରାସ୍ତା ନ ଥିବାରୁ ସରକାରୀ ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ।ଗାଁରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଯାଏ ।ଅଷ୍ଟମ ପାସ ହେଲା ପରେ ଅନେକ ଛାତ୍ରଛାତ୍ରୀ ଆଉ ପଢ଼ନ୍ତି ନାହିଁ କାରଣ ଜଙ୍ଗଲ ରାସ୍ତାରେ ଯିବାପାଇଁ କାହାରି ସାହସ ହୁଏନାହିଁ।ବାର୍ଦ୍ଧକ୍ୟ, ବିଧବା ଭତ୍ତା ଓ ରାସନ ସାମଗ୍ରୀ ପାଇଁ ବହୁତ ହଇରାଣ ହୁଅନ୍ତି ଗ୍ରାମବାସୀ।ଭତ୍ତା ପାଇଁ ଏମିତି ରାସ୍ତାରେ ଯିବା ଆସିବା ଫଳରେ ବୃଦ୍ଧା ବୃଦ୍ଧ ମାନେ ନାହିଁ ନଥିବାର କଷ୍ଟ ପାଆନ୍ତି।ଗାଁ ରେ ରାସନ ସାମଗ୍ରୀ ବଣ୍ଟନ କରିବାକୁ ଲୋକଙ୍କ ଦାବିକୁ ପ୍ରଶାସନ ଶୁଣୁ ନାହିଁ।କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ଗାଁରେ ପଡେନାହିଁ ବୋଲି ଲୋକଙ୍କ ଅଭିଯୋଗ।ଏନେଇ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ରାସ୍ତା କାମ ଅଧାରେ ଅଟକି ଗଲା କାରଣ ଜଙ୍ଗଲ ଜମି ହେତୁ ଅସୁବିଧା ସୃଷ୍ଟି ହେଲା।ଏବେ ଏନେଇ ଜଙ୍ଗଲ ବିଭାଗକୁ ଚିଠି କରାଯିବ ବୋଲି କହିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଚାଷୀଙ୍କ ବିଭିନ୍ନ ସମସ୍ୟା କୁ ନେଇ ବିଜେଡ଼ି ପକ୍ଷରୁ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର

Sunil Chandra Nayak

ଯନ୍ତ୍ରଣାରେ ଛଟପଟ କର୍କଟ ରୋଗୀ |ସ୍ୱାସ୍ଥ୍ୟ ବୀମା କାର୍ଡରେ ନାମ ନଥିବା ଯୋଗୁଁ ଚିକିତ୍ସା ପାଇଁ ଅର୍ଥ ଅଭାବ 

masiha

ବେଦ ଉତ୍ତମ ଓ ସଦଗୁଣ ଜ୍ଞାନର ଭଣ୍ଡାର ଓ ବିଶ୍ଵର ପ୍ରତିଷ୍ଠା ପାଇଁ ମାର୍ଗଦର୍ଶକ- ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟ   

masiha

Leave a Comment

error: Content is protected !!