ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକ୍ତର ସଦାନନ୍ଦ ପାଣିଗ୍ରାହି ଙ୍କୁ ମହାତ୍ମା ଗାନ୍ଧୀ ଲାଇଫ ଟାଇମ ଆଚିଭମ୍ୟାଣ୍ଟ ଆୱାର୍ଡ଼ ରେ ସମ୍ବର୍ଦ୍ଧିତ

 ନୂଆ ଦିଲ୍ଲୀ ର ଇଣ୍ଡିଆ ଇଣ୍ଟର ନେସେନାଲ ସେଣ୍ଟର ଠାରେ ଆୟୋଜିତ ଇକୋନୋମିକ ଗ୍ରୋଥ ଏଣ୍ଡ ନେସେନାଲ ଇଣ୍ଟରଗ୍ରେସନ୍ ଏଣ୍ଡ ପ୍ରେଜେନଟେସନ୍ ଅଫ ଆୱାର୍ଡ଼ ସେମିନାର ରେ ଲୋକସଭା ର ପୂର୍ବତନ ବାଚସ୍ପତି ଶ୍ରୀମତୀ ମୀରା କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ବର୍ଷର ବିଭିନ୍ନ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ୨୭ ଜଣ ବ୍ୟକ୍ତି ବିଶେଷଙ୍କୁ “ମହାତ୍ମା ଗାନ୍ଧୀ ଲାଇଫ ଟାଇମ ଆଚିଭମ୍ୟାଣ୍ଟ” ସମ୍ବର୍ଦ୍ଧିତ କରିଥିଲେ। କଳାହାଣ୍ଡି ଜିଲ୍ଲା ଧର୍ମଗଡ ସରକାରୀ ଚିକିତ୍ସାଲୟ ରେ କାର୍ଯ୍ୟରତ ଡ଼ାକ୍ତର ସଦାନନ୍ଦ ପାଣିଗ୍ରାହି ଆଦିବାସି ଅଧ୍ୟୁଷିତ ଅଂଚଳରେ ଜାତୀୟ ପରିବାର ନିୟୋଜନ କାର୍ଯ୍ୟକ୍ରମ ରେ ସକ୍ରୀୟ ଅଂଶ ଗ୍ରହଣ କରି ଉଲ୍ଲେଖନୀୟ କାର୍ଯ୍ଯ କରିଥିବା ପରିପ୍ରେକ୍ଷୀରେ ତାଙ୍କୁ ମହାତ୍ମା ଗାନ୍ଧୀ ଲାଇଫ ଟାଇମ ଆଚିଭମ୍ୟାଣ୍ଟ ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଭାରତ ସରକାରଙ୍କ ନେସେନାଲ କମିଶନ ଫର ଓମେନ ର ସଦସ୍ୟା ମମତା କୁମାରୀ ଓ ମିଜୋରାମ ର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲ ଠାନବାଲା କର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। 

ମହିଳା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିକଟରେ ବିଶ୍ଵ ଜନସଂଖ୍ୟା ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡ଼ାକ୍ତର ସଦାନନ୍ଦ ପାଣିଗ୍ରାହି ସମ୍ବର୍ଦ୍ଧିତ ହୋଇଥିଲେ ।

ଡାକ୍ତର ପାଣିଗ୍ରାହୀ ୧୯୯୭ ମସିହାରୁ ଏପର୍ଯ୍ୟନ୍ତ ୩୩ ହଜାରରୁ ଉର୍ଦ୍ଧ୍ବ ମହିଳାଙ୍କୁ ସଫଳ ଭାବେ ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ରାଜ୍ୟରେ ଚଳିତ ବର୍ଷ ଦ୍ଵିତୀୟ ସ୍ଥାନ ଅଧିକାର କରି ଏକ ରେକର୍ଡ ସୃଷ୍ଟି କରିଥିଲେ।

ଡାକ୍ତର ପାଣିଗ୍ରାହୀ ଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉତ୍ସବ ମୁଖର ହୋଇଛି ଚାରବାହାଲ ଦୁର୍ଗାପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଦଶହରା ପାଇଁ ପ୍ରବଳ ଭିଡ ଜମୁଛିପୂଜା ମଣ୍ଡପ ରେ

masiha

ଦିଲ୍ଲିପ ରାୟଙ୍କ ଜନ୍ମଦିନ ଉପଲକ୍ଷେ ଦ୍ବୀପ ପ୍ରଜ୍ଜ୍ୱଳନ 

masiha

ଭାଲୁ କାମୁଡା ରେ ମହିଳା ଗୁରୁତର

masiha

Leave a Comment

error: Content is protected !!