ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିୟମଗିରି ସୁରକ୍ଷା ସମିତି ତରଫରୁ ବିଶ୍ବ ଆଦିବାସୀ ଦିବସ ପାଳିତ

ଲାଞ୍ଜିଗଡ଼,୦୯/୦୮(ମନିସ)-ନିୟମଗିରି ସୁରକ୍ଷା ସମିତି ତରଫରୁ ଆଜି ଲାଞ୍ଜିଗଡ଼ ନିକଟସ୍ଥ ଜଗନ୍ନାଥପୁରଠାରୁ ବହୁସଂଖ୍ୟକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଏକ ଶୋଭାଯାତ୍ରା ଲାଞ୍ଜିଗଡ଼ ବଜାରପଡ଼ିଆ ଯାଏଁ ଯାଇଥିଲା ! ସେଠାରେ ଏକ ସଭା ସହିତ ଆଦିବାସୀ, ମୂଳନିବାସୀ ଓ ଆଦିମ ଜନଜାତିଙ୍କ ହକ୍ ଓ ଅଧିକାରକୁ ନେଇ ଅତିଥିମାନେ ବକ୍ତବ୍ୟ ରଖିଥିଲେ ! ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକୋକାଙ୍କ ନେତ୍ରୁତ୍ବରେ ନିୟମଗିରି ସୁରକ୍ଷା ସମିତିର ଉପଦେଷ୍ଟା ଲିଙ୍ଗରାଜ ଆଜାଦ, ସତ୍ୟ ମାହାରଙ୍କ ସମେତ ଦଧି ପୁଷିକା, ଡ୍ରେଞ୍ଜୋ ସିକୋକା ଏବଂ ବହୁ ସଂଖ୍ୟାରେ ଆଦିବାସୀ ଯୁବକଯୁବତୀ ଯୋଗଦେଇଥିଲେ ! ଏଇ ଶୋଭାଯାତ୍ରାକୁ ସମର୍ଥନ କରି ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ସଂପାଦକ ବ୍ରିଟିଶ କୁମାରଙ୍କ ନେତ୍ରୁତ୍ବରେ ବହୁ ସମିତିର ବହୁ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ !

ଲାଞ୍ଜିଗଡ଼ ବ୍ଲକ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବ୍ରାହ୍ମଣ ସମାଜ ପକ୍ଷରୁ ସାମୂହିକ ରକ୍ଷା ବନ୍ଧନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ଇସ୍ପାତ ନଗର କମିଟିର ଖଡ୍ଗ ଶୋଭାଯାତ୍ରା ଆସନ୍ତା ୨୧ ରେ ….

Sunil Chandra Nayak

୧- ବାରିକ ସମାଜର ବାର୍ଷିକ ମହୋତ୍ସବ, ୨- ଧରାକୋଟ ବ୍ଲକରେ ଯୋଗ ଶିବିର

Sunil Chandra Nayak

Leave a Comment

error: Content is protected !!