ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓରମାସ ସି ଇ ଓ ଙ୍କ ଅନ୍ତଃଚାଷ ପ୍ରଣାଳୀରେ ହୋଇଥିବା ମକା ଓ କାନ୍ଦୁଲ କ୍ଷେତ୍ର ପରିଦର୍ଶନ

ତେନ୍ତୁଳିଖୁଣ୍ଟି ୧୯/୦୮/୨୩ // ନବରଙ୍ଗ ପୁର ଜିଲ୍ଲାରେ ରାଜ୍ୟ ସରକାର ଙ୍କ ମକା ମିଶନ ଯୋଜନାରେ ହୋଇଥିବା କୃଷି କ୍ଷେତ୍ର ପରିଦର୍ଶନ କରିଛନ୍ତି ପଞ୍ଚାୟତ ସଚିବ ତଥା ଓରମାସ ର ସି ଇ ଓ ଗୁହା ପୁନମ ତାପସ କୁମାର ।ଜିଲ୍ଲା ପାଳ ଡକ୍ଟର କମଳ ଲୋଚନ ମିଶ୍ର ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅନ୍ୟା ଦାସ ଓରମାସ ସୀ ଇ ଓ ଙ୍କ ସହ ବ୍ଲକ ରେ କଂ ଙ୍ଗ୍ରା ପଞ୍ଚାୟତ ର ଓଲମା ରେ ଗୋପୀନାଥ ହରିଜନ କରିଥିବା 20 ହେକ୍ଟର ଜମିରେ ଆନ୍ତଃ ଚାଷ ବୁଲି ଦେଖିଥିଲେ। ମକା ଓ କାନ୍ଦୁଲ ଅନ୍ତଃ ଚାଷ ଗୋପୀନାଥ କରିଥିବା ବେଳେ ଆସନ୍ତା ରବିରେ ମକା ଓ ଝୁଡୁଙ୍ଗ ଚାଷ କରିବା କୁ ପ୍ରସ୍ତାବ ଦେଇଥିଲେ। ଏହି ସମୟରେ କିଛି ଚାଷୀ ମକା ମଣ୍ଡି ଖୋଲିବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଏଫ ପି ଓ ଗଠନ କରି ନିଜେ ଶସ୍ୟ ସଂଗ୍ରହ କରି ବିକ୍ରିବ ଟା କରିବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ମିଶ୍ର ମଧ୍ୟ କୃଷି ଉତ୍ପାଦନକ ସଙ୍ଘ ପ୍ରତି ପଞ୍ଚାୟତ ରେ ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାମୁଖ୍ୟକୃଷି ଅଧିକାରୀ ଜି ଭେଙ୍କଟ ରେଡି ,ଜିଲ୍ଲା କୃଷି ଅଧିକାରୀ ବିଧୁଭୂଷଣ ମହାକୁଲ , ବ୍ଲକ କୃଷି ଅଧିକାରୀ ବରୁନ ଧନପାଲ,କୃଷି ଓଭରସିୟର ହରି ଶଙ୍କର ତ୍ରିପାଠୀ ଓ ଧୀରେନ ବେନ୍ୟ ଉପସ୍ଥିତ ଥିଲେ। କୁକୁଡ଼ା ବାଇ ଠାରେ ଓରମାସ ତରଫରୁ ହୋଇଥିବା ଷ୍ଟଲ ଉଦଘାଟନ କରିଥିଲେ। ଉକ୍ତ ଷ୍ଟଲ ମଧ୍ୟରୁ ଗୋଟିଏରେ କୃଷି ରେ କାମ ରେ ବ୍ୟବହାର ହେଉଥିବା ଯନ୍ତ୍ରପାତି ବିକ୍ରିହେବ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ମାଇ ଭାରତ କଳାହାଣ୍ଡି ପକ୍ଷରୁ ‘ନିଶା ମୁକ୍ତ ଯୁବା–ବିକଶିତ ଭାରତ’ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

ରଜ ମହୋତ୍ସବକୁ ପ୍ରଥମକରି ପାଳିଲା ଶୁଭସ୍ଥିତି ଆପାର୍ଟମେଣ୍ଟ

Sunil Chandra Nayak

ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବାର୍ଷିକ ଉତ୍ସବ “ପ୍ରାରମ୍ଭ ୨୦୨୫” ଅନୁଷ୍ଠିତ

masiha

Leave a Comment

error: Content is protected !!