ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ବତାରୋହୀ ବିଭାରାଣୀଙ୍କୁ ଆର୍ଥିକ ସହାୟତା 

ଢେ଼ଙ୍କାନାଳ(ମ ସୀ ହା)୧୭/୦୮_ଆଜି ପୂର୍ବାହ୍ନରେ ଢେ଼ଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପର୍ବତାରୋହୀ ବିଭାରାଣୀ ପାତ୍ରଙ୍କୁ ତାଙ୍କର ପର୍ବତାରୋହଣ କାର୍ଯ୍ୟ ପାଇଁ ଚେକ୍ ଆକାରରେ ପଚିଶ ହଜାର ଟଙ୍କା ପ୍ରଦାନ କରିଛନ୍ତି l

ବିଭାରାଣୀ ପାତ୍ର ଜିଲ୍ଲାର ଜଣେ ସଫଳ ପର୍ବତାରୋହୀ l ସେ ଓଡ଼ାପଡ଼ା ବ୍ଲକ୍ ମେରା ମଣ୍ଡଳୀ ବଜାରର କୃଷ୍ଣ ପ୍ରସାଦ ପାଟରାଙ୍କ କନ୍ୟା ଅଟନ୍ତି l ସେ ଏଯାବତ୍ ଖେଳ, ଦୂଃସାହସିକତା କ୍ରୀଡା, ସାମାଜିକ କର୍ମକ୍ଷେତ୍ରରେ ୧୨୫୩ ଟି ପୁରସ୍କାର ହାସଲ କରିଛନ୍ତି l ସେ ବର୍ତ୍ତମାନ ଆଫ୍ରିକା ସ୍ଥିତ କିଲିମଞ୍ଜର ପର୍ବତକୁ ଆରୋହଣ କରିବାକୁ ପ୍ରୟାସ କରିଛନ୍ତି l ଯାହାକି ପର୍ବାତରୋହଣ ପାଇଁ ପୃଥିବୀର ବୃହତ୍ତମ ଶୃଙ୍ଗ l ଏହାର ଉଚ୍ଚତା ୧୯୩୯୧ଫୁଟ୍ ( ୫.୮୯୫ମି.) I ଯଦି ଏହି ପ୍ରୟାସ ରେ ସଫଳତା ହାସଲ କରନ୍ତି,ତେବେ ଆଗାମୀ ଦିନରେ ଋଷିଆର ଏଲବ୍ରସ୍ ଶୃଙ୍ଗକୁ ଯାତ୍ରା ଆରୋହଣ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି l ତାଙ୍କ ପର୍ବତାରୋହଣ କାର୍ଯ୍ୟରେ ଅର୍ଥବାଧକ ସାଜୁଥିବାରୁ ସେ ଟୁଇଟର ଯୋଗେ ୫ଟି ସଚୀବକୁ ଅବଗତ କରାଇଥିଲେ l ଏହା ପରେ ୫ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ପଚିଶ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି l ଏହି ଅବସରରେ ଜିଲ୍ଲାପାଳ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି l

         ଇତ୍ୟବସରରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା(ରାଜସ୍ବ), ଢେ଼ଙ୍କାନାଳ ସଦର ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀ ସୁଧୀର ନାୟକ ଓ ଜିଲ୍ଲା ଆପତକାଳୀନ ଅଧିକାରିଣୀ ଲୋପାମୁଦ୍ରା ରଥ ଉପସ୍ଥିତ ଥିଲେ l

ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବନ୍ଧୁଗାଁରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି 

masiha

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଶତାୟୁ ,ବି. ବି. ହାଇସ୍କୁଲ, ଢେଙ୍କାନାଳ ପାଇଁ ସର୍ବପ୍ରଥମ ରାଜ୍ୟସ୍ତରୀୟ ପ୍ରକୃତି ମିତ୍ର ପୁରସ୍କାର -୨୩ ପ୍ରାପ୍ତ କଲେ ଡା. ଦେବୀ ପ୍ରସାଦ ମିଶ୍ର

Leave a Comment

error: Content is protected !!