ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତହସିଲଦାରଙ୍କୁ ଭେଟି ମରୁଡି ଘୋଷଣା ଦାବି କଲେ ଘଣ୍ଟିଗୁଡା ଗ୍ରାମବାସୀ

କୋକସରା,୧୯/୦୮ //ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ କୋକସରା ବ୍ଲକର ଅନେକ ପଞ୍ଚାୟତ ସାମ୍ଭାବ୍ୟ ମରୁଡି ପରିସ୍ଥିତି ଉପୁଜିଛି । ଶ୍ରାବଣ ମାସ ସରିବାକୁ ଅଳ୍ପ ଦିନ ବାକି ରହିଥିବା ବେଳେ ବର୍ଷାର ଲୁଚକାଳି ଚାଷିଙ୍କ ନିଦ ହଜାଇ ଦେଇଛି। ଗୁରୁବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତର ଚାଷୀମାନେ ଘଣ୍ଟିଗୁଡା ରାଜସ୍ବ ଗ୍ରାମକୁ ମରୁଡି ଅଞ୍ଚଳ ଘୋଷଣା କରିବା ସହ ଅନ୍ୟ ଦାବିକୁ ନେଇ କୋକସରା ତହସିଲଦାର ଦେବବ୍ରତ କରାଟିଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଗୁରୁବାର ଘଣ୍ଟିଗୁଡା ଅଞ୍ଚଳର ଚାଷୀମାନେ ଦାବିପତ୍ରରେ ଉଲ୍ଲେଖ କରିଥିବା ଦାବି ମଧ୍ୟରେ ମହିମା ପଞ୍ଚାୟତରେ ୩ ଗୋଟି ରାଜସ୍ୱ ଗ୍ରାମ ରହିଥିବା ବେଳେ ଘଣ୍ଟିଗୁଡା ରାଜସ୍ୱ ଗ୍ରାମ ଅଧୀନରେ ଥିବା ୧୨୦୦ ଏକଡ଼ ଚାଷଜମି ପାଇଁ ଜଳସେଚନର କୌଣସି ବ୍ୟବସ୍ଥା ନାହିଁ, ବର୍ତ୍ତମାନ ଗଜା ମରୁଡି ହୋଇ ଚାଷ ସମ୍ପୁର୍ଣ୍ଣ ନଷ୍ଟ ହୋଇ ସାରିଛି, କ୍ଷୟକ୍ଷତି ଆକଳନ କରି ତୁରନ୍ତ ସରକାରୀ ସହାୟତା ପ୍ରଦାନ, ରାଜସ୍ୱ ବିଭାଗ ପକ୍ଷରୁ ଘଣ୍ଟିଗୁଡାକୁ ମହିମା ପଂଚାୟତର ଅନ୍ୟ ରାଜସ୍ୱ ଗ୍ରାମ ସହ ସ୍ୱତନ୍ତ୍ର କରି କ୍ରପ କଟିଂ ରିପୋର୍ଟ ଦିଆଯାଉ, ପ୍ରଧାନମନ୍ତ୍ରୀ ଫସଲ ବୀମାର ଅବଧି ବୃଦ୍ଧି କରାଯାଉ, ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଏକଡ଼ ପ୍ରତି ୧୫ ହଜାର କ୍ଷତିପୂରଣ ଅର୍ଥ ପ୍ରଦାନ କରାଯାଉ ବୋଳି ଦାବି କରାଯାଇଛି। ମହିମା ସରପଞ୍ଚ ଇଶରାମ କୋଲଥିଆ, ମଧୁବନ ପାତ୍ର, ୱାର୍ଡ ମେମ୍ବର ହରିହର ବାଗ, ବଳଭଦ୍ର ଧଙ୍ଗଡାମାଝୀ, ଗିରିଧାରୀ ପୂଝରୀ, ହିମାଞ୍ଚଳ ପାତ୍ର, ଗଜାନନ ଠାକୁର, ପୂର୍ଣଚନ୍ଦ୍ର ମୁଲକିଆ, ଭୁବନାନନ୍ଦ ନାଏକ, ଦଇତାରୀ ଚଳାନ, ନରସିଂହ ପାତ୍ର, ଇଶ୍ୱର ନାଗ, ବଳରାମ ମାଝୀ, ଚକ୍ର ମୁଲକିଆ ଓ ଘଣ୍ଟିଗୁଡା ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ରହି କୋକସରା ତହସିଲଦାର ଦେବବ୍ରତ କରାଟିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଦାବି ଉପରେ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି

Sunil Chandra Nayak

ଅଂଶୁଘାତରେ ମହିଳା ମୃତ 

masiha

କଳାହାଣ୍ଡି:ପଞ୍ଚାୟତ ମହା ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ   

masiha

Leave a Comment

error: Content is protected !!