ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଆମ ବସଷ୍ଟାଣ୍ଡ ଉଦଘାଟିତ

ଡାବୁଗାଁ, ୨୩/୮ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ବୁଧବାର ସନ୍ଧ୍ୟାରେ ଆମ ବସଷ୍ଟାଣ୍ଡ ଉଦଘାଟିତ ହୋଇଯାଇଛି | ଏଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଦ୍ଵାରା ବସ ଷ୍ଟାଣ୍ଡ କୁ ଉଦଘାଟନ କରିଥିଲେ | ବସ ଷ୍ଟାଣ୍ଡ ପରିସରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ରାଜ୍ୟସଭା ସାଂସଦ ପ୍ରତିନିଧି ରାମାରାଓ ଚୌଧୁରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ତହସିଲଦାର କୃଷ୍ଣଚନ୍ଦ୍ର ଦାଶ, ଏବିଡିଓ ପଦ୍ମନାଭ ତ୍ରିପାଠୀ ମଞ୍ଚାସୀନ ଥିଲେ | ଏହି ସଭାରେ ବହୁ ଜନସାଧାରଣ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଇସିଆରଆଇଏସଏଟି ସଂସ୍ଥା ପକ୍ଷରୁ ଚାଷୀଙ୍କୁ ଚଣା ବଣ୍ଟନ 

masiha

ବକ୍ସିତୁଳସିପାଲି ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ

masiha

ଦୁଆରଶୁଣୀଘାଟିରେ ସଡ଼କ ଦୁର୍ଘଟଣା ୫୦ ଫୁଟ୍‌ ତଳକୁ ଖସିଲା ଟ୍ରକ : ଡ୍ରାଇଭର ମୃତ, ହେଲ୍‌ପର୍‌ ଗୁରୁତର

Sunil Chandra Nayak

Leave a Comment

error: Content is protected !!